ETV Bharat / state

ଝୁମିବେ ନବରଙ୍ଗପୁରବାସୀ, ଡିସେମ୍ବର ୧୦ରୁ ମଣ୍ଡେଇ ଲୋକ ମହୋତ୍ସବ - ମଣ୍ଡେଇ 2023

ଲୋକ ମହୋତ୍ସବ ମଣ୍ଡେଇ 2023 ଆସନ୍ତା ଡିସେମ୍ବର 10 ତାରିଖରୁ ଅନୁଷ୍ଠିତ ହେବ । ଏନେଇ ଗତକାଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

famous mandei mohotsav
famous mandei mohotsav
author img

By ETV Bharat Odisha Team

Published : Oct 19, 2023, 7:43 AM IST

famous mandei mohotsav

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ 2023 ଆସନ୍ତା ଡିସେମ୍ବର 10 ତାରିଖରୁ ଅନୁଷ୍ଠିତ ହେବ । ଏହି ନାଟକ ମହୋତ୍ସବ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବେହେରାଗୁଡା ପଡିଆରେ ଅନୁଷ୍ଠିତ ହେବ ହେବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ମଣ୍ଡେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଡିସେମ୍ବର 11 12,13 ଓ 14 ମଣ୍ଡେଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର 13 ଓ 14 ଦୁଇ ଦିନ ସ୍ଥାନୀୟ କଳାକାରଙ୍କୁ ନେଇ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ- କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ପାଳିତ

ତେବେ ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧ରେ ଝରିଗାଁ ବ୍ଲକ ଚନ୍ଦନଧାରାଠାରୁ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବୁଦ୍ଧିଜୀବୀ ଓ ଅନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ଗତ ବର୍ଷ ମଣ୍ଡେଇ ମହୋତ୍ସବ ପାଳନ ବେଳେ ଉପୁଜିଥିବା ଟ୍ରାଫିକ ସମସ୍ୟାକୁ ଚଳିତ ବର୍ଷ ଦୂର କରିବା ପାଇଁ ପଦକ୍ଷେପ ନିଆଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ପାରାଦ୍ବୀପରେ ଜମିବ କଳିଙ୍ଗ ବାଲିଯାତ୍ରା, ଏଥର 8 ଦିନ ମହୋତ୍ସବ ବୁଲିବେ ଲୋକେ

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, "ଜିଲ୍ଲାର ଗଣପର୍ବ ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଦ୍ଧିଜୀବୀ ଓ କମିଟି ସଦସ୍ୟମାନେ ଯୋଗଦାନ କରିଥିଲେ । ଏହି ବୈଠକରେ ଡିସେମ୍ବର 10 ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଆଉ ଏହି ମହୋତ୍ସବର ଉଦଘାଟନ ଝରିଗାଁ ବ୍ଲକ ଚନ୍ଦନଧାରା ଠାରେ ଡିସେମ୍ବର ୧ରେ କରାଯିବ । ଏହି ଉତ୍ସବର ପରିଚାଳନା ପାଇଁ ଅନେକଗୁଡ଼ିଏ ସବ୍‌କମିଟି ଗଠନ କରାଯାଇଛି ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.