ETV Bharat / state

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ଟର୍ଚ୍ଚ ଲାଇଟରେ ରୋଗୀ ସେବା, ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ

author img

By

Published : Jan 9, 2023, 10:00 AM IST

ରାଇଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଲାଇଟ ଦ୍ୱାରା ସେବା କରୁଥିବା ବେଳେ ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ରାଇଘର ସ୍ବାସ୍ଥ୍ୟକେନ୍ଦ୍ର
ରାଇଘର ସ୍ବାସ୍ଥ୍ୟକେନ୍ଦ୍ର

ନବରଙ୍ଗପୁର: ରାଜ୍ୟରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ନେଇ ଡେଙ୍ଗୁରା ପିଟୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ନାକଟିସିମୋଡା ଡିଏନକେ ଗ୍ରାମର ଗତକାଲି ରାତିରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଲାଇଟ ଦ୍ୱାରା ସେବା କରୁଥିବା ବେଳେ ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଏହା ମଧ୍ୟ ପଢନ୍ତୁ: ଉନ୍ନତ ଚିକିତ୍ସାଳୟର ନଗ୍ନ ଚିତ୍ର, ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଅସ୍ତ୍ରୋପଚାର

ଖବରଅନୁସାରେ, ନାକଟିସିମୋଡା ଡିଏନକେ ଗ୍ରାମର ମୋନଜ୍ ଗାଇନ୍‌ଙ୍କ ପୁଅ ମିଲନ ଗାଇନ ମାମୁଁ ଘର ପାୱାରବେଲା-୧ ଗ୍ରାମକୁ ଆସିଥିଲେ । ତେବେ ମିଲନଙ୍କ ୩ଜଣ ବନ୍ଧୁ ମିଶି ନିକଟବର୍ତ୍ତୀ ଗ୍ରାମ ବୀରପୁର୍ ଗ୍ରାମକୁ ଯାଉଥିବା ବେଳେ ଫଟକିପାରା ଛକ ନିକଟରେ ସଡକ ଦୁର୍ଘଟଣା ହୋଇଥିଲା । ଖବରପାଇ ସ୍ଥାନୀୟ ବାସିନ୍ଦା ରାଇଘର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତକାଲି ସକାଳ ୧୦ ଟା ସମୟ ଠାରୁ ରାଇଘର ବ୍ଲକ୍ ଠାରେ ବିଦ୍ୟୁତ ବିଛିନ୍ନ ରହିଥିଲା । ଗୁରୁତର ଅବସ୍ଥାରେ ମେଡିକାଲ୍ ପରିସରରେ ମିଲନକୁ ସମ୍ପର୍କୀୟମାନେ ଭର୍ତ୍ତି କରିଥିବା ବେଳେ ଟର୍ଚ୍ଚଲାଇଟରେ ରୋଗୀସେବା ଯୋଗାଇଦେଇଥିଲେ । ଅକ୍ସିଜେନ ଥାଇ ସୁଦ୍ଧା ବିଦ୍ୟୁତ୍‌ ନଥିବାରୁ ଅକ୍ସିଜେନ ଦିଆଯାଇପାରିନଥିଲା । ଫଳରେ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିଲା । ୧୭ ବର୍ଷର ପୁଅକୁ ହରାଇ ବାପା ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଲୋକେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: MKCGରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଗୋଟିଏ ସିଲିଣ୍ଡରରୁ ତିନି ଶିଶୁଙ୍କୁ ଅକ୍ସିଜେନ୍

ପ୍ରକାଶଯୋଗ୍ୟ ଯେ, ଗତ କିଛିଦିନ ତଳେ ଏମକେସିଜିରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ଏମକେସିଜିର ଏସ୍‌ଏନ୍‌ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ତିନିଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଇ ଚିକିତ୍ସା କରିବା ପାଇଁ ପ୍ରାୟ ପାଞ୍ଚ ଶହ ମିଟର ଚାଲି ଚାଲି ପରିବାର ବର୍ଗ ସୁପରସ୍ପେଶାଲିଷ୍ଟ ବ୍ଲକରେ ପହଞ୍ଚି ପୁଣି ଫେରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.