ETV Bharat / state

କେରଳରେ ଫସି ରହିଛନ୍ତି ନବରଙ୍ଗପୁରର ୧୦ ନାବାଳିକା

author img

By

Published : May 18, 2020, 1:24 PM IST

Updated : May 18, 2020, 7:04 PM IST

କେରଳରେ ଫସି ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ୧୦ ନାବାଳିକା । ସୁଦୂର କେରଳରେ ଫସି ରହିଥିବା ଏହି ଶ୍ରମଜୀବୀଙ୍କ ପ୍ରତି ସରକାର ଦୃଷ୍ଟି ଦେଇ ଶୀଘ୍ର ନିଜ ରାଜ୍ୟକୁ ଫେରେଇ ଆଣିବାକୁ ଏହି ଯୁବତୀ ତଥା ନାବାଳିକାମାନେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।

କେରଳରେ ଫସି ରହିଛନ୍ତି ନବରଙ୍ଗପୁରର ୧୦ ନାବାଳିକା
କେରଳରେ ଫସି ରହିଛନ୍ତି ନବରଙ୍ଗପୁରର ୧୦ ନାବାଳିକା

ନବରଙ୍ଗପୁର: କେରଳରେ ଫସି ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ୧୦ ନାବାଳିକା । କୋରନା ମହାମାରୀର ସଂକ୍ରମଣ ଠାରୁ ବଳି ଯାଉଛି କୋରନା କଟକଣା । ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକ ଡାଉନ୍ ଜାରି ରହିଥିବା ବେଳେ ପ୍ରତିଦିନ ପ୍ରବାସୀ ଓଡିଆଙ୍କ କରୁଣ ଚିତ୍ର ଓ ଛାତି ଥରା ହୃଦୟ ବିଦାରକ ଦୃଶ୍ୟ ଲୋକଲୋଚନକୁ ଆସୁଛି । ନିଜ ଭିଟା ମାଟି ଛାଡ଼ି ବାହାର ରାଜ୍ୟକୁ କର୍ମ ସନ୍ଧାନ ଅନ୍ବେଷଣ ଯାଇଥିବା ପ୍ରବାସୀ ଓଡିଆଙ୍କ ଦୁଃଖ ଦିନକୁ ଦିନ ଦାରୁଣ ହେବାରେ ଲାଗିଛି । କିଏ ବାହାର ରାଜ୍ୟରୁ ମୃତଦେହ ହୋଇ ଫେରୁଛି ତ ପୁଣି କିଏ ଲକଡାଉନ୍ କଟକଣାରେ ହାରି ଯାଇ ହଜାର ହଜାର କିମି ରାସ୍ତା ପାଦ ଯାତ୍ରା କରି ନିଜର ଅଞ୍ଚଳଙ୍କୁ ଫେରିବା ପାଇଁ ଅଣ୍ଟା ଭିଡିଛି । ପୁଣି ସଂଖ୍ୟାଧିକ ପ୍ରବାସୀ ବିଭିନ୍ନ ବାହାର ରାଜ୍ୟ କର୍ମସ୍ଥଳୀରେ ବନ୍ଧକ ହୋଇ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ଭୋକ ଉପାସରେ ଲକଡାଉନ ଓ କରନା ସଂକ୍ରମଣକୁ ଖାତିର ନକରି ସେମିତି କାମ କରିଚାଲିଛନ୍ତି । ଯେତେ ଗୁହାରି କଲେ ମଧ୍ୟ ନା ଶୁଣୁଛି ସରକାର ନା ପ୍ରଶାସନ ନା ସଂପୃକ୍ତ ସଂସ୍ଥାର ସର୍ଦାର ।

ଏଭଳି ଏକ ଚିତ୍ର ଆସି ପହଞ୍ଚିଛି ସୁଦୂର କେରଳରୁ । କେରଳ ରାଜ୍ୟ ମାଲପୁରମ୍ ଜିଲ୍ଲା ୟାଦାୟାର ପଞ୍ଚାୟତର କୁଟିପୁରମ୍ ପୋକ୍କାତ୍ତିର୍ ଚପତି କମନ୍ ଅବା ଅପରେଲ୍ ଅଞ୍ଚଳରେ ଏକ ଲୁଗା ସିଲେଇ କମ୍ପାନୀକୁ ସିଲେଇ କାର୍ଯ୍ୟ କରିବା ନିମନ୍ତେ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଝିଅ ଗତ ଅକ୍ଟୋବର ମାସରେ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଚନ୍ଦା ହାଣ୍ଡି ବ୍ଲକ ଫଟିକୀ ଗ୍ରାମର ଭବାନୀ ମାଝୀ, ନମିତା ମାଝୀ, କୁନି ମାଝୀ, ନିଲେନ୍ଦ୍ରି ମାଝୀ, ହେମଲତା ମାଝୀ, ଦେବକୀ ମାଝୀ, ଭଜନ୍ତି ଧୁରୁଆ, ବବିତା ଧୁରୂଆ ପ୍ରମୁଖ ରାୟଗଡାର ଏକ ଲୁଗା ସିଲେଇ ସଂସ୍ଥାରେ କାମ କରୁଥିବା ବେଳେ ସଂପୃକ୍ତ ମାଲିକ ସୁଦୂର କେରଳକୁ ସିଲେଇ କାମ କରିବାକୁ କେରଳ ପଠାଇଥିଲେ । ହେଲେ କୋରନା ମହାମାରୀର ତାଣ୍ଡବ ଯୋଗୁଁ ଲକଡାଉନ୍ ଜାରି ରହିଥିବାରୁ ଏହି ନାବାଳିକା ପ୍ରବାସୀ ଓଡ଼ିଆ ସେଠାରେ ଫସି ରହିଛନ୍ତି ।

ଓଡ଼ିଶା ସରକାର ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ଯୋଜନା ଉପରେ ଯୋଜନା ଘୋଷଣା କରିବା ସହ ବିଭିନ୍ନ ରାଜ୍ୟ ଏନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି ସାଙ୍ଗକୁ ବିଭିନ୍ନ ରାଜ୍ୟକୁ ବସ ଟ୍ରେନ ଚଳେଇବା କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସବୁ ଯୋଜନା ଯେମିତି ନିଷ୍ପ୍ରଭ ହୋଇପଡିଛି। ଏଭଳି ହଜାର ହଜାର ଶ୍ରମଜୀବୀ ଓ ପ୍ରବାସୀ ବାହାର ରାଜ୍ୟ ରେ ଫସି ରହି ଜୀବନ ସହ ସଂଗ୍ରାମ କରୁଥିବାବେଳେ ଏମାନଙ୍କ ପାଖକୁ ସରକାରଙ୍କ ବାର୍ତ୍ତା ପହଞ୍ଚିଛି ନା ବସ୍ ନା ଟ୍ରେନ ନା କୌଣସି ରିଲିଫ । ନିଜ ରାଜ୍ୟ ଫେରିବା ନିମନ୍ତେ ନାମ ପଞ୍ଜୀକରଣ କରି ଏମାନେ ଚାତକ ପରି ଅନେଇ ରହିଛନ୍ତି ଯେ ଏମାନଙ୍କ ନଂ ଆସିବା କେବେ । ତେବେ ସୁଦୂର କେରଳରେ ଫସି ରହିଥିବା ଏହି ଶ୍ରମଜୀବୀ ଯୁବତୀମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଇ ଶୀଘ୍ର ନିଜ ରାଜ୍ୟକୁ ଫେରେଇ ଆଣିବାକୁ ଏହି ଯୁବତୀ ଓ ନାବାଳିକାମାନେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Last Updated : May 18, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.