ETV Bharat / state

ମାଡୁଛି କୋରୋନା, ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

author img

By

Published : Mar 25, 2021, 10:53 PM IST

Updated : Mar 26, 2021, 11:38 AM IST

ନବରଙ୍ଗପୁର ଜିଲ୍ଳାରେ ନାଇଟ କର୍ଫ୍ୟୁ ଲାଗୁ ହେଲା ପରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଛି। ଅଧିକ ପଢନ୍ତୁ...

ମାଡୁଛି କୋରୋନା, ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ
ମାଡୁଛି କୋରୋନା, ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର: ଦେଶ ତଥା ରାଜ୍ୟରେ ଏବେ ଉପର ମୁହାଁ କୋରୋନା । ଏଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉଛି । ମାଲନଗିରିରେ ପରେ ଏବେ ନବରଙ୍ଗପୁରରେ ମଧ୍ୟ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଜିଲ୍ଳାରେ ନାଇଟ କର୍ଫ୍ୟୁ ଲାଗୁ ହେଲା ପରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଛି।

ଗୁରୁବାର ରାତି ୮ଟାରୁ କର୍ଫ୍ୟୁ ଆରମ୍ଭ ହୋଇଥିବାରୁ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ବଜାର ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକୀୟ ଦୋକାନଗୁଡିକ ଖୋଲା ରହିଛି। ଜିଲ୍ଲାର ପ୍ରମୁଖ ସହର ନବରଙ୍ଗପୁର,ଉମରକୋଟ ସହର ସାଧାରଣ ଦିନରେ ଜନ ଗହଳିପୂର୍ଣ୍ଣ ରହୁଥିବା ବେଳେ ଆଜି ନାଇଟ କର୍ଫ୍ୟୁ କାରଣରୁ ଜନ ଶୂନ୍ୟ ହୋଇଯାଇଛି।

ଜିଲ୍ଲାବାସୀ ନାଇଟ କର୍ଫ୍ୟୁକୁ ମାନି ଦୋକାନ ବଜାର ଶତ ପ୍ରତିଶତ ବନ୍ଦ କରିଦେଇଥିବା ବେଳେ ପୋଲିସ ପାଇଁତରା ମାରୁଛି । ଏଥିସହ ଲୋକଙ୍କୁ ନିହାତି ଜରୁରୀ କାମ ନଥିଲେ ଏବଂ କୋଭିଡ ନିୟମକୁ ପାଳନ କରିବା ଓ ଏହାର ଖିଲାଫ କାରୀଙ୍କୁ କୋଭିଡ ନିୟମାନୁସାରେ ଦଣ୍ଡିତ କରାଯିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ଜନ ସାଧରଣଙ୍କୁ ଅବଗତ କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 26, 2021, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.