ETV Bharat / state

ଜାତୀୟ ମହିଳା କମିଶନ ସଦସ୍ୟଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର ଗସ୍ତ ଜାତୀୟ ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ । ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

author img

By

Published : Sep 21, 2019, 1:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜାତୀୟ ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀଙ୍କ ନବରଙ୍ଗପୁର ଗସ୍ତ । ଏହି ଗସ୍ତ ସମୟରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ମହିଳାଙ୍କ ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଉକ୍ତ ଯୋଜନାର ସମୀକ୍ଷା ପରେ କାର୍ଯ୍ୟକାରିତା ନେଇ ସେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହ ରୁଦ୍ଧଦ୍ବାର ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ଗଣମାଧ୍ୟମରେ ଚନ୍ଦ୍ରମୁଖୀ ଦେବୀ ଏସମ୍ପର୍କରେ ସୂଚନା ଦେଇଥିଲେ । ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ଯୋଜନା କିପରି ଭାବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ସେ କେନ୍ଦ୍ର ସରକାରଙ୍କ ମହତ୍ବକାଂକ୍ଷୀ ଯୋଜନା 'ବେଟି ବଚାଓ, ବେଟି ପଢାଅ' ଯୋଜନା ନବରଙ୍ଗପୁରରେ କାର୍ଯ୍ୟକାରୀ ହୋଇପାରିନଥିବା କହିଥିଲେ । ଜିଲ୍ଲାଟି ନାରୀ ଶିକ୍ଷା କ୍ଷେତ୍ରରେ ପଛରେ ପଡିଯାଇଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଜିଲ୍ଲାର ସମସ୍ତ ବାଳିକାଙ୍କୁ ଶିକ୍ଷା ମିଳିବାରେ ବେଶ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କର୍ମୀମାନେ ଠିକ୍‌ରେ କାର୍ଯ୍ୟକୁ ଆସୁଛନ୍ତି କି ନାହିଁ ତାହା ଜାଣିବାକୁ ସେମାନଙ୍କ ମୋବାଇଲ ଟ୍ରାକ କରିବା ପାଇଁ କହିଥିଲେ । ଯଦ୍ବାରା ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ ବୋଲି କହିଥିଲେ । ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ଓ ନିଶା ସେବନ ବହୁଳ ପରିମାଣରେ ଚାଲୁଥିବାରୁ ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ ବିଭିନ୍ନ ସ୍କୁଲକୁ ଯାଇ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ଆଗାମୀ ଦିନରେ ଜିଲ୍ଲାରେ ପହଞ୍ଚି ପାରିନଥିବା ବିଭିନ୍ନ ଯୋଜନା ଏବଂ ଜିଲ୍ଲାରେ ଆବଶ୍ୟକ ଥିବା ନୂତନ ଯୋଜନା ସମ୍ପର୍କରେ ରାଜ୍ୟସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଜାତୀୟ ମହିଳା କମିଶନ ସଦସ୍ୟ ଙ୍କ ନବରଙ୍ଗପୁର ଗ୍ରସ୍ତ
ଫର୍ମାଟ - ଏଭିବି, ୨୦/୦୯/୧୯
ରିପୋର୍ଟ - , ନବରଙ୍ଗପୁର
-----------------------------------------------------------
ଆଙ୍କର - ଜାତୀୟ ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଙ୍କ ନବରଙ୍ଗପୁର ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତ ଅବସର ରେ ସେ ଜିଲ୍ଲାର ବିଭନ୍ନ ଅଞ୍ଚଳ ଗ୍ରସ୍ତ କରିବା ସହ ମହିଳା ଙ୍କ ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ କରିଥିଲେ । ଏହାପରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ର କର୍ମଚାରୀ ଙ୍କୁ ନେଇ ଜିଲ୍ଲାରେ ଯୋଜନାର କାର୍ଯ୍ୟକାରିତା ନେଇ ରୁଦ୍ଧଦ୍ୱାର ସମୀକ୍ଷା ବୈଠକ କରିଥିଲେ । ଏହାପରେ ସାମ୍ବାଦିକ ମାନଙ୍କୁ ନିଜ ଗ୍ରସ୍ତ କାର୍ଯ୍ୟକ୍ରମ ସମ୍ପର୍କ ବାବଦରେ ସୂଚନା ଦେବା ସହ ଜିଲ୍ଲାରେ ମହିଳା ମାନଙ୍କ ପ୍ରଗତି ନିମନ୍ତେ ସରକାର ଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହିତ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ କିପରି ତାହାର କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ କେନ୍ଦ୍ରସରକାର ଙ୍କ ମହତଙ୍କାକ୍ଷୀ ଯୋଜନା ବେଟି ବଚାଓ ବେଟି ପଢ଼ାଓ ଯୋଜନା ନବରଙ୍ଗପୁର ଠାରେ କାର୍ଯ୍ୟକାରୀ ହୋଇପାରିନଥିବା ସେ ପ୍ରକାଶ କରିଥିଲେ । ଜିଲ୍ଲାରେ ନାରୀ ଶିକ୍ଷା କ୍ଷେତ୍ରରେ ପଛରେ ପଡିଯାଇଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ସମସ୍ତ ବାଳିକା ଙ୍କୁ ଶିକ୍ଷା ମିଳିବାରେ ବେସ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏଥିସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଅଙ୍ଗନବାଡି କର୍ମୀ ମାନେ ଠିକ ରେ ଯାଉଛନ୍ତି ନା ନାହିଁ ସେ ସମ୍ପର୍କରେ ସୂଚନା ରଖିବା ପାଇଁ ସେମାନଙ୍କ ମୋବାଇଲ ଟ୍ରାକ କରିବା ପାଇଁ କହିଥିଲେ । ଏହାଦ୍ୱାରା ସରକାରୀ ଯୋଜନା ର ସୁଫଳ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ବୋଲି କହିଥିଲେ । ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ଓ ନିଶା ସେବନ ବହୁଳ ପରିମାଣରେ ଚାଲୁଥିବାରୁ ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ ସ୍କୁଲ କି ଯାଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏବଂ ଜିଲ୍ଲାରେ ପହଞ୍ଚି ପାରିନଥିବା ବିଭିନ୍ନ ଯୋଜନା ଏବଂ ଜିଲ୍ଲାରେ ଆବଶ୍ୟକ ଥିବା ନୂତନ ଯୋଜନା ସମ୍ପର୍କରେ ରାଜ୍ୟସରକାର ଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଥିଲେ ।
ବାଇଟ -୧- ଚନ୍ଦ୍ରମୁଖୀ ଦେବୀ ( କେନ୍ଦ୍ର ମହିଳା କମିଶନଙ୍କ ସଦସ୍ୟ)Body:Tapan Kumar Bissoyi Conclusion:NABARANGPUR

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.