ETV Bharat / state

ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏସପି ଓ ଜିଲ୍ଲାପାଳ - ଦଲାଲ ମୁକ୍ତ

ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଚାନକ ଗସ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ଏସପି ନୀତିନ କୁସଲକର । ଦୁଇ ଅଧିକାରୀ ରୋଗୀ ରେଜିଷ୍ଟ୍ରେସନ୍, ନିରାମୟ ଔଷଧ ବିତରଣ କେନ୍ଦ୍ର, ଡାକ୍ତରଙ୍କ କ୍ୟାବିନ, ମହିଳା ଓ ପୁରୁଷଙ୍କ ୱାର୍ଡ ବୁଲି ତଦାରଖ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 15, 2019, 8:23 PM IST

ନବରଙ୍ଗପୁର: ରାଜ୍ୟର ସମସ୍ତ ହସ୍ପିଟାଲ, ମେଡିକାଲ କଲେଜ ଓ ଡିସପେନ୍ସାରୀ ହେବ ଦଲାଲ ମୁକ୍ତ । ଏନେଇ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେବା ପରେ ଏହାକୁ ସଫଳ କରିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଲାଗିପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି କ୍ରମରେ ମଙ୍ଗଳବାର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଏସପି ନୀତିନ କୁସଲକର ଅଚାନକ ଗସ୍ତରେ ଆସି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରୋଗୀ ରେଜିଷ୍ଟ୍ରେସନ୍, ନିରାମୟ ଔଷଧ ବିତରଣ କେନ୍ଦ୍ର, ଡାକ୍ତରଙ୍କ କ୍ୟାବିନ୍, ମହିଳା ଓ ପୁରୁଷଙ୍କ ୱାର୍ଡ ବୁଲି ତଦାରଖ କରିଛନ୍ତି ଦୁଇ ଅଧିକାରୀ । ତେବେ ଏସପି ଓ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ସମୟରେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖାଯାଇଥିଲା ।

ଏଥିସହିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କର୍ମଚାରୀଙ୍କ ସେମାନଙ୍କ ପ୍ରତି ବ୍ୟବହାର ଏବଂ ମାଗଣା ଔଷଧ ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଡାକ୍ତରଖାନାରେ ଦଲାଲ ଅଛନ୍ତି କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଜିଲ୍ଲାପାଳ ଓ ଏସପିଙ୍କ ଚିକିତ୍ସାଳୟକୁ ଏପରି ଅଚାନକ ଗସ୍ତକୁ ଡାକ୍ତରଖାନାର ରୋଗୀ ଓ କର୍ମଚାରୀମାନେ ପ୍ରଶଂସା କରିଛନ୍ତି ।

ସୂଚନାନୁଯାୟୀ, ଗତ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାପାଳ ଓ ଏସପିଙ୍କ ତତ୍ତ୍ବାବଧାନରେ ଜିଲ୍ଲା ପୋଲିସ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢାଉ କରିଥିଲା । ଚଢାଉ ବେଳେ 6ଜଣ ଦଲାଲକୁ ପୋଲିସ ଗିରଫ କରିଥିବାବେଳେ ଏସପି ଓ ଜିଲ୍ଲାପାଳ ଚିକିତ୍ସାଳୟର ତଦାରଖ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ--ନବରଙ୍ଗପୁର ଜିଲ୍ଲାପାଳ ଓ ଏସପି ଙ୍କ ଉମରକୋଟ ଚିକିତ୍ସାଳୟ କୁ ଅଚାନକ ଗ୍ରସ୍ତ ।
ଫର୍ମାଟ - ଏଭିଓ ୧୫/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------

ଆଙ୍କର - ଚିକିତ୍ସାଳୟ ହେବ ଦଲାଲ୍ ମୁକ୍ତ, ସରକାର ଙ୍କ ଏହି ଆହ୍ୱାନ କୁ ସଫଳ ରୂପାୟନ ପାଇଁ ଜିଲ୍ଲାସ୍ଥର ରେ ଜିଲ୍ଲାପାଳ ଏସପି ଲାଗିପଡିଛନ୍ତି l ଗତ କିଛିଦିନ ତଳେ ନବରରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦଲାଲ ମୁକ୍ତ କରିବାପାଇଁ ଜିଲ୍ଲାପାଳ ଏସପି ଙ୍କ ତତ୍ତ୍ଵାବଧାନରେ ନବରଙ୍ଗପୁର ପୋଲିସ ଚଢ଼ାଉ କରି ୬ଟି ଦଲାଲ କୁ ଗିରଫ କରିଥିଲା ବେଳେ ଏସପି ଓ ଜିଲ୍ଲାପାଳ ଚିକିତ୍ସାଳୟ କୁ ଆସି ତଦାରଖ କରିଥିଲେ l ଆଜି ଅଚାନକ ଗ୍ରସ୍ତ କରିଛନ୍ତି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ,ଏସପି ନୀତିନ କୁସଲକର,। ଡାକ୍ତରଖାନା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସମସ୍ତ ବିଭାଗ ଯଥା ରୋଗୀ ରେଜିଷ୍ଟ୍ରେସନ୍, ନିରାମୟ ଔଷଧ ବିତରଣ କେନ୍ଦ୍ର,ଡାକ୍ତର ଙ୍କ କେବିନ୍, ମହିଳା ଓ ପୁରୁଷଙ୍କ ୱାର୍ଡ ବୁଲି ପୋରଖି ଦେଖିଥିଲେ । ଅଚାନକ ପରିଦର୍ଶନ ସମୟରେ ଡାକ୍ତରଖାନା ର ଡିଉଟି ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖା ଯାଇଥିଲା । ତଦାରଖ କରିବା ସମୟରେ ଅନେକ ରୋଗୀ ମାନଙ୍କ ପାଖକୁ ଯାଇ ଚିକିତ୍ସାଳୟ ର କର୍ମଚାରୀ, ତାଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି, ମାଗଣା ଔଷଧ ପ୍ରଦାନ କରା ଯାଉଛି କି ନାହିଁ ,ଓ ଡାକ୍ତରଖାନାରେ ଦଲାଲ୍ ଙ୍କ ଉପସ୍ଥିତି ରହୁଛନ୍ତି କି ଇତ୍ୟାଦି ଅନେକ ପ୍ରଶ୍ନ ପଚାରିଥିଲେ । ରୋଗୀମାନେ ସବୁ ଠିକ୍ ଭାବରେ ଚାଲିଛି ବୋଲି କହିଥିଲେ । ଯାହାକୁ ନେଇ ମୋ ସରକାର ଯୋଜନାର ସଫଳ କାର୍ଯ୍ୟକାରିତା ହେଉଛି କି ନାହିଁ ତଦନ୍ତ ଚାଲିଛି । ଜିଲ୍ଲାପାଳ ,ଏସପିଙ୍କ ଏପରି ଅଚାନକ ପରିଦର୍ଶନ କୁ ଡାକ୍ତରଖାନାର କର୍ମଚାରୀ ଓ ରୋଗୀମାନେ ପ୍ରଶଂସା କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.