ନବରଙ୍ଗପୁର: ବାହ୍ୟମଳ ମୁକ୍ତ ଜିଲ୍ଲା ଭାବେ ନବରଙ୍ଗପୁର ଘୋଷିତ ହୋଇଛି । ଏନେଇ କେନ୍ଦ୍ର ସରକାର ଏକ ମାନପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ରାଜସ୍ବ ବିଭାଗର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୂତାର, ଉପଜିଲ୍ଲାପାଳ ଭାସ୍କର ରଇତୋଙ୍କ ଉପସ୍ଥିତିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକଙ୍କୁ ଏହି ମାନପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହେଇପାରିଛି ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର କହିଛନ୍ତି ।
ଜିଲ୍ଲାର ୧୮୯ ପଞ୍ଚାୟତର ୮୬୫ଟି ଗାଁରେ ୨ଲକ୍ଷ ୪୮ ହଜାର ୨୫୪ ପାଇଖାନା ନିର୍ମାଣ ହୋଇସାରିଛି । ଆଉ ୫୦ ହଜାର ପାଇଖାନା ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସାରା ଓଡିଶାରେ ଏହି ଅଭିଯାନ ସଫଳ ହୋଇଥିବାରୁ ଏହି ମାନପତ୍ର ମିଳିଥିବା ସେ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ