ETV Bharat / state

ଅଗଷ୍ଟ ପହିଲାରୁ ନବରଙ୍ଗପୁରରେ ଦୁଇ ଦିନିଆ ସଟଡାଉନ

author img

By

Published : Jul 30, 2020, 10:19 PM IST

ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଘୋଷଣା ଅନୁଯାୟୀ ଆସନ୍ତା ଅଗଷ୍ଟ 1 ତାରିଖ ସକାଳ 5ଟାରୁ 2 ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ ।

corona situation in nabarangpur, corona update in nabarangpur, nabarangpur latest news, nabarangpur shutdown, ନବରଙ୍ଗପୁରରେ କୋରୋନା ସ୍ଥିତି, ନବରଙ୍ଗପୁରରେ କୋରୋନା ଅପଡେଟ, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁର ସଟଡାଉନ
ନବରଙ୍ଗପୁରରେ ଦୁଇ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର: ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଘୋଷଣା ଅନୁଯାୟୀ ଅଗଷ୍ଟ 1 ତାରିଖ ସକାଳ 5ଟାରୁ 2 ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥିସହ ରାସନ ସାମଗ୍ରୀ ଦୋକାନ, ପନିପରିବା ଓ କ୍ଷୀର ଦୋକାନ ସକାଳ 6 ଟାରୁ ଦିନ 1ଟା ଯାଏଁ ଖୋଲା ରହିବା ନେଇ ସ୍ପଷ୍ଟ ହୋଇଛି ।

ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଆଦି ସଟଡାଉନ ସମୟରେ ମଧ୍ୟ ଖୋଲା ରହିବ । ପୋଷ୍ଟ ଅଫିସ ସମେତ କେନ୍ଦ୍ର ସଶସ୍ତ୍ର ବାହିନୀ ପ୍ରତିଷ୍ଠାନ ଆଦି ମଧ୍ୟ ଖୋଲା ରହିବାକୁ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ । ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମଧ୍ୟ ଚଳପ୍ରଚଳ କରିପାରିବେ । ଅନୁମତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟତ କରିପାରିବେ ।

ସେହିପରି ପାନୀୟ ଜଳ, ପରିମଳ ବିଭାଗର କର୍ମଚାରୀମାନେ ବିନା ଅସୁବିଧାରେ ଯାତାୟତ କରିପାରିବେ । ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ । ମାଲବାହି ସାମଗ୍ରୀର ଗାଡି ଯାତାୟାତ କରିପାରିବ । କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ଓ ପଶୁ ସମ୍ପଦ ଦୋକାନ, ମାଛ ଓ ମାଂସ ଦୋକାନ ଆଦି ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ମଧ୍ୟ ସ୍ବାଭାବିକ ରହିବ। ଏଥିସହ ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ମଧ୍ୟ ଖୋଲା ରହିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.