ETV Bharat / state

Municipal Election: ପୌରାଧ୍ୟକ୍ଷ ପଦବୀ ହାତେଇବା ପାଇଁ ବିଜେଡିର ବୈଠକ - ପୌର ନିର୍ବାଚନ ୨୦୨୨

ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ପୌରାଧ୍ୟକ୍ଷ ପଦବୀ ହାତେଇବା ପାଇଁ ନବରଙ୍ଗପୁର ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

Odisha Municipal Election: ପୌରା ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ନବରଙ୍ଗପୁର ବିଜେଡିର ବୈଠକ

author img

By

Published : Mar 18, 2022, 6:04 PM IST

ନବରଙ୍ଗପୁର: ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ । ନବରଙ୍ଗପୁରରେ ମଧ୍ୟ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଏଠାରେ ଜୋରଦାର ଚାଲିଛି ।

Odisha Municipal Election: ପୌରା ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ନବରଙ୍ଗପୁର ବିଜେଡିର ବୈଠକ

ପୌର ନିର୍ବାଚନରେ ବିଜେଡି କିପରି ପୌର ଅଧ୍ୟକ୍ଷ ପଦବୀ ଦଖଲ କରିବ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଏନେଇ ସହରର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।ମୁସଲିମ ସମ୍ପ୍ରଦାୟର ଶତାଧିକ ମୁଖିଆ ମାନେ ଏଥିରେ ଯୋଗଦେଇ ଥିବା ବେଳେ ଶୁକ୍ରବାର ଥିବାରୁ ନମାଜ ପାଠ ସରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହାବି ପଢନ୍ତୁ : ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଆଗାମୀ ଦିନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କିପରି ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ପାଇପାରିବେ ସେନେଇ ବୈଠକରେ ଚର୍ଚ୍ଚା କରାଯାଇଥିଲା। ଏହାସହ ବିଜେଡିରୁ ପୌର ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହୋଇଥିବା ଭୀମ ହରିଜନଙ୍କୁ କିପରି ବିପୁଳ ଭୋଟ ମିଳିବ ସେନେଇ ବୈଠକରେ ଆଲୋଚନା କରିଥିଲେ ବରିଷ୍ଠ ବିଜେଡି ନେତା । ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ବରିଷ୍ଠ ସଂଖ୍ୟାଲଘୁ ନେତା ହାସନ ଖାଁ, ସରୋଜ ପାତ୍ର,ଅଖିଳ ଭତ୍ରା ଓ ଭୀମ ହରିଜନ ଯୋଗ ଦେଇଥିଲେ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.