ETV Bharat / state

ମାଟି ଅତଡା ଖସି ଜଣେ ମୃତ, ଅନ୍ୟଜଣେ ଗୁରୁତର - ନାବାଳିକାର ମୃତ୍ୟୁ

ସକାଳ ପ୍ରାୟ ୮ଟା ସମୟରେ ନାକଟିସିମୋଡା ଗ୍ରାମର ୫ ଜଣ ଝିଅ ଘର ଲିପିବା ପାଇଁ ବ୍ୟବହୃତ ହେଉଥିବା ଚୁଇଁ ମାଟି (ହଳଦିଆ ରଙ୍ଗର ମାଟି) ଆଣିବା ପାଇଁ ନିକଟସ୍ଥ ପାହାଡ ନିକଟକୁ ଯାଇଥିଲେ। ତେବେ ମାଟି ଖୋଳିବା ସମୟରେ ହଠାତ୍ ପାହାଡରୁ ମାଟି ଅତଡା ଖସିଯାଇଥିଲା । ଅଧିକ ପଢନ୍ତୁ

Nakatisimuda village
Nakatisimuda village
author img

By

Published : Dec 29, 2022, 6:08 PM IST

ନବରଙ୍ଗପୁର : ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ । ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ତେବେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ନାକଟିସିମୋଡା ଠାରେ।ତେବେ ମୃତ ଯୁବତୀ ଜଣକ ହେଉଛନ୍ତି ବୁଦନି ଗଣ୍ଡ ବୋଲି ଜଣାପଡିଛି।

fghj
dfjy

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ନାକଟିସିମୋଡା ଗ୍ରାମର ୫ ଜଣ ଝିଅ ଘର ଲିପିବା ପାଇଁ ବ୍ୟବହୃତ ହେଉଥିବା ଚୁଇଁ ମାଟି (ହଳଦିଆ ରଙ୍ଗର ମାଟି) ଆଣିବା ପାଇଁ ନିକଟସ୍ଥ ପାହାଡ ନିକଟକୁ ଯାଇଥିଲେ। ତେବେ ମାଟି ଖୋଳିବା ସମୟରେ ହଠାତ୍ ପାହାଡରୁ ମାଟି ଅତଡା ଖସିଯାଇଥିଲା। ଏନେଇ ଘଟଣାସ୍ଥଳରେ ଦୁଇ ଜଣ ନାବାଳିକା ମାଟି ତଳେ ଦବି ଯାଇଥିଲେ। ଅନ୍ୟ ଝିଅ ମାନେ ତୁରନ୍ତ ଆଖପାଖରେ ଥିବା ଲୋକଙ୍କୁ ଡାକି ସେମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ପଠାଇଥିଲେ।

ହେଲେ ଡାକ୍ତରଖାନାକୁ ନେବା ସମୟରେ ବୁଦନିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକା ଶିବରାତ୍ରି ଗଣ୍ଡ ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଶିବରାତ୍ରିର ଚିକିତ୍ସା ଜାରି ରହିଥିବା ସହ ଘଟଣା ସ୍ଥଳରେ ରାଇଘର ପୋଲିସ ଓ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.