ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ - ବିଦ୍ୟୁତ ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଜନୈକ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ବିଦ୍ୟୁତ ସଂସ୍ପର୍ଶରେ କାର୍ଯ୍ୟରତ ମିସ୍ତ୍ରୀର ମୃତ୍ୟୁ

author img

By

Published : Jul 12, 2022, 6:35 AM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି କାର୍ଯ୍ୟରତ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଜନୈକ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡ଼ା ଗ୍ରାମର ଏମ. ଡି. ସଜମ ବୋଲି ଜଣା ପଡ଼ିଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ତାଙ୍କ ପରିବାର ।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଦୋକାନ ଗୃହରେ ପ୍ଲେଟ କାମ କରୁଥିବା ବେଳେ କୌଣସିମତେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସଜମଙ୍କ ପରିବାରରେ ପତ୍ନୀଙ୍କ ସହ 3 ଛୁଆ ରହିଛନ୍ତି । ସଜନଙ୍କ ମୃତ୍ୟୁ ପରେ ଏବେ ପୁରା ପରିବାର ଅସହାୟ ହୋଇ ପଡ଼ିଛି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାରବର୍ଗ l

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.