ETV Bharat / state

ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆରମ୍ଭ କୃଷକ ପଦଯାତ୍ରା - Farmers protest in Mandi scam

ଜିଲ୍ଲାରେ ଚାଲିଥିବା ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦ କି.ମି ଏକ କିଷାନ୍ ପଦଯାତ୍ରା ଆଜି ଆରମ୍ଭ ହୋଇଛି । ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ । ଅଧିକ ପଢନ୍ତୁ...

ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆରମ୍ଭ ହୋଇଛି କୃଷକ ପଦଯାତ୍ରା

author img

By

Published : Mar 3, 2021, 11:01 PM IST

ନବରଙ୍ଗପୁର : ଜିଲ୍ଲାରେ ଚାଲିଥିବା ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆଜି ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦ କି.ମି ଏକ କୃଷକ ପଦଯାତ୍ରା ଆଜି ଆରମ୍ଭ ହୋଇଛି । ଆଜି ଶତାଧିକ ଚାଷୀ ଚନ୍ଦାହାଣ୍ଡି ଲେମ୍ପସ ଠାରେ ଏକତ୍ରିତ ହୋଇ ପଦଯାତ୍ରାରେ ଭାଗ ନେଇଥିଲେ ।

ମଣ୍ଡି ଦୁର୍ନୀତି ପ୍ରତିବାଦରେ ଆରମ୍ଭ ହୋଇଛି କୃଷକ ପଦଯାତ୍ରା

ଗ୍ରାମ୍ୟ ପୂଜ।ରୀ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମରେ ରହଣି କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚି ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ଷେମରାଜ ବାଘ ପ୍ରକାଶ କରିଛନ୍ତି । ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରାରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି, ଜଙ୍ଗଲ ଜମି ପଟ୍ଟାର ଅଧିକାର, ମଣ୍ଡି ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଓ ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମଣ୍ଡିରୁ ସମସ୍ତ ଚାଷୀଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀଙ୍କୁ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ରହିଛି । ଆଜିର କାର୍ଯ୍ୟକ୍ରମରେ ପଦଯାତ୍ରା ଆବାହକ ତଥା ଚାଷୀ ନେତା କ୍ଷେମରାଜ ବାଘଙ୍କ ସମେତ ବହୁଚାଷୀ ଯୋଗ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.