ETV Bharat / state

ଥିଲେ ଯବାନ ହେଲେ କିଷାନ

ଜଣେ ଅବସରପ୍ରାପ୍ତ ମେଜରଙ୍କ କାହାଣୀ । ସେନାରୁ ଅବସର ନେବା ପରେ କୃଷିକାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି । ଜାଣନ୍ତୁ ପୂରା କାହାଣୀ ।

author img

By

Published : Aug 30, 2019, 9:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜୟ ଯବାନ, ଜୟ କିଷାନ..। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଏହି ଉକ୍ତିକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ଅବସର ପ୍ରାପ୍ତ ମେଜର ବିଜୟ କୁମାର ପାଠକ । ଭାରତୀୟ ସେନା ବାହିନୀରୁ ଅବସର ନେଲା ପରେ ବିଜୟ ପାଠକ ଆଜି ଜଣେ ସଫଳ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେଥିଲେ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚପଦସ୍ତ ଅଫିସର । ଧନ, ସମ୍ପତ୍ତିରେ କୌଣସି ଅଭାବ ନଥିଲା । ଭାରତୀୟ ସେନାରେ ଥିବାରୁ ଦେଶର ବିଭିନ୍ନ ଅଞ୍ଚଳକୁ ଯିବାକୁ ପଡୁଥିଲା । ଆଉ ଏହା ଭିତରେ ସେ ଆସି ପହଞ୍ଚିଥିଲେ କୋରାପୁଟର ସୁନାବେଡା ଅଞ୍ଚଳରେ । ସେଠାରେ ବହୁଦିନ ଧରି ଅବସ୍ଥାପିତ ଥିଲେ ବିଜୟ । କୋରାପୁଟ ନବରଙ୍ଗପୁର ଭଳି ପ୍ରାକୃତିକ ପରିବେଶରେ ନିଜେ ବାନ୍ଧି ହୋଇଗଲେ । ଆଉ ନନ୍ଦାହାଣ୍ଡି ଅଞ୍ଚଳରେ କିଛି ଜମି କିଣିଲେ ।

ପରେ 2005 ବେଳକୁ ଆରମ୍ଭ କଲେ ଏକ ଛୋଟିଆ ଗୋଶାଳା । ଧୀରେ ଧୀରେ ଆଗକୁ ବଢିଲା ଏହି ଗୋଶାଳା । ଗତ 2015 ରେ ବିଜୟ ସେନାରୁ ଅବସର ନେଲା ପରେ ନିଜେ ସାଜିଲେ ଗୋପାଳ । 10ଟି ଗାଈରୁ ଆରମ୍ଭ ହୋଇଥିବା ଏହି ଫାର୍ମ ଆଜି ଏକଶହ ଗାଈରେ ଆସି ପହଞ୍ଚିଛି । ବିଜୟଙ୍କ ଫାର୍ମରୁ ସମସ୍ତ ଦୁଗ୍ଧ ଜାତ ଦ୍ରବ୍ୟ ଯଥା- କ୍ଷୀର, ଘିଅ, ଦହି ଓ ପନିର ପ୍ରସ୍ତୁତ ହେଉଛି ।

ଖାଲି ଏତିକି ନୁହେଁ ଅବସର ପ୍ରାପ୍ତ ମେଜର ବିଜୟ ପାଠକ ଦୁଇଟି ପୋଖରୀରେ ମାଛ ଚାଷ ସହ କଦଳୀ, ଆମ୍ବ ଭଳି ଲାଭଜନକ ଚାଷ କରୁଛନ୍ତି । ବିଜୟ ତାଙ୍କର ଏହି ଫାର୍ମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 20ଜଣ ଲୋକଙ୍କୁ ପ୍ରତିଦିନ ରୋଜଗାର ମଧ୍ୟ ଯୋଗାଇ ଦେଉଛନ୍ତି ।

ସେନାବାହିନୀର ଜଣେ ଉଚ୍ଚପଦସ୍ତ ଅଫିସର ଭାବେ ଅବସର ଗ୍ରହଣ କରିଥିବା ମେଜର ବିଜୟ ପାଠକ ଚାହିଁଥିଲେ ଆଉ କିଛି କରିପାରିଥାନ୍ତେ । ହେଲେ ଗୋପାଳନକୁ ବାଛିନେବା ଓ ତହିଁରେ ସଫଳ ହେବା ନିଶ୍ଚିତ ଭାବେ ତାଙ୍କର ଦକ୍ଷତାକୁ ପ୍ରତିପାଦନ କରୁଛି । ଉତ୍ତର ପ୍ରଦେଶର ମୂଳ ବାସିନ୍ଦା ବିଜୟ ଆଜି ଯାହା କରିଛନ୍ତି ତାହା ଆମ ରାଜ୍ୟର ଚାଷୀଙ୍କ ପାଇଁ ଉଦାହରଣ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ବୌଦ୍ଧ ପୋଲିସ ର ଦବଙ୍ଗଗିରିର ଭିଡିଓ ଏବେ ଭାଇରାଲ ହୋଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ଦଶମ ଶ୍ରେଣୀର ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗ ରେ ଚାରିଜଣ ରୋଡ ରୋମିଓକୁ ବୌଦ୍ଧ ପୋଲିସ ପକ୍ଷରୁ ଧରାଯାଇଛି ।ଆଉ ଏହି ଧରିବା ପାଇଁ ପୋଲିସ ପିସିଆର ପହଞ୍ଚି କାଲେଶ୍ବର ନିକଟରେ ଅଭିଯୁକ୍ତ ଙ୍କୁ କାବୁ କରିବା ସମୟର ଘଟଣା ।ଏହି ଭାଇରାଲ ଭିଡିଓ ରେ ଜଣେ ହାବିଲଦାର ସାଧା ପୋଷାକରେ ଥାଇ ଜଣେ ଅଭିଯୁକ୍ତ ଙ୍କୁ ବାଡେଇବା ଦୃଶ୍ୟ ଭାଇରାଲ ହୋଇଛି ।ଚାରି ଜଣ ଅଭିଯୁକ୍ତ ଙ୍କୁ ବୌଦ୍ଧ ପୋଲିସ ଥାନାରେ ଅଟକ କରି ଅଧିକ ତଦନ୍ତ ଜାରି ରଖିଛି ।ଏପଟେ ମାଡ ମରା ଘଟଣା ର ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ପୋଲିସ ଓ ରାଜ୍ୟ ପୋଲିସ ରେ କମ୍ପନ ସୃଷ୍ଟି ହୋଇଛି ।ଗୋଟିଏ ପଟେ ରୋଡ ରୋମିଓକୁ ସାବାଡ କରିବାକୁ ଯାଇ ହାବିଲଦାର ହରଡ଼ଘଣାରେ ପଡିଥିବା ବେଳେ ଅନ୍ୟ ପକ୍ଷରେ ସର୍ବସାଧାରଣରେ ଯୁବକକୁ ନିସ୍ତୁକ ମାଡମାରି ଆଇନ ହାତକୁ ନେବା ଘଟଣା ଏବେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।ଏସମ୍ପର୍କରେ ଈଟିଭି ପକ୍ଷରୁ ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓଙ୍କୁ ଯୋଗାଯୋଗ କରିବାରୁ ସେ ବ୍ରହ୍ମପୁର ରୁ ଫେରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।ଏଥିସହ ନାବାଳିକା ଛାତ୍ରୀ ଙ୍କୁ ଅସଦାଚରଣ ଘଟଣାକୁ ମଧ୍ୟ ତର୍ଜମା କରି ଉଭୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବେ ବୋଲି କହିଛନ୍ତି ।

Body:ପୋଲିସ ଦବଙ୍ଗଗିରିର ଭିଡିଓ ଭାଇରାଲ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.