ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଟିମନପୁର ପଞ୍ଚାୟତରେ ଅଘଟଣ । ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇ ହେଟା ବାଘ ଆକ୍ରମଣରେ ଆଠ ଜଣ ଆହତ । ଜଙ୍ଗଲ ନିକଟକୁ ଲାଗି ରହିଥିବା ଚାଷ ଜମିରେ ଥିବା ମହୁଲ ଗଛରୁ ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିବା ଟିମନପୁର ଗ୍ରାମ ଗୋଟିଏ ପରିବାରର ଚାରି ଜଣ ଓ ରେଙ୍ଗାଭାଟି ଗ୍ରାମର ଚାରି ଜଣଙ୍କ ସମେତ ମୋଟ ଆଠ ଜଣ ଆହତ ହୋଇଛନ୍ତି l
ପ୍ରଥମେ ବାଘ ରେଙ୍ଗାଭାଟି ଗ୍ରାମ ନିକଟରେ ଚାରି ଜଣଙ୍କୁ ଆକ୍ରମଣ କରିଥିଲା । ସେଠାରେ ଗ୍ରାମବାସୀ ଘଉଡାଇବାରୁ ଜଙ୍ଗଲ ଭିତରକୁ ହେଟା ବାଘ ଚାଲିଯାଇ ପୁଣି କିଛି ସମୟ ପରେ ନିକଟସ୍ଥ ଟିମାନପୁର ଗ୍ରାମ ନିକଟରେ ଚାରିଜଣଙ୍କୁ ଆକ୍ରମଣ କରିଥିଲା । ସମସ୍ତଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଇଥଇବା ବେଳେ ସରସ୍ଵତୀ ନାମକ ମହିଳା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ