ETV Bharat / state

ପୁଣି ନବବଧୂକୁ ଯୌତୁକ ଯାତନା, ଥାନାରେ ମାମଲା

ଯୌତୁକ ନିର୍ଯାତନାରେ ଛଟପଟ ନବବଧୂ । ହାତରୁ ମେହେନ୍ଦି ନଲିଭୁଣୁ, ପିଠିରେ ମାଡ । ପରେ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଉମରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଧିକ ଖବର ପଢନ୍ତୁ...

Dowry harassment
ପୁଣି ନବବଧୂକୁ ଯୌତୁକ ଯାତନା,ଥାନାରେ ମାମଲା ରୁଜୁ
author img

By

Published : Mar 14, 2020, 7:35 PM IST

ନବରଙ୍ଗପୁର: ଏବେ ବି ଥମିନି ଯୌତୁକ ଯାତନା । ନିର୍ଯାତନାରେ ଛଟପଟ ନବବଧୂ । ହାତରୁ ମେହେନ୍ଦି ନଲିଭୁଣୁ, ପିଠିରେ ମାଡ । ଉଚ୍ଚ ଶିକ୍ଷିତ ରୋଜଗାରିଆ ପୁଅ ଦେଖି ଝିଅକୁ ବାହାଘର କରାଇଥିଲେ । ଝିଅ ଏକ ସୁନାର ସଂସାର ଗଢି ଶାନ୍ତିରେ ରହିବ । କିନ୍ତୁ ସେ ସବୁ ସପ୍ନ ମାତ୍ର କିଛି ଦିନ ଭିତରେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା। ବାହା ଘରର 12 ଦିନ ପରେ ଯୌତୁକ ନିର୍ଯାତନାର ଶିକାର ହୋଇଛି ନବବଧୁ ।

ଉମରକୋଟ ଥାନା ଅର୍ନ୍ତଗତ ମୂର୍ତୁମା UV 6 ଗ୍ରାମର ହିରଧନ ସରକାରଙ୍କ ଝିଅ ପୂଜା ସରକାରଙ୍କ ସହ ଉମରକୋଟ ନିବାସୀ ଯୁବରାଜ ଉକିଲଙ୍କ ପୁଅ ଜୟନ୍ତ ଉକିଲଙ୍କର ଗତ ଦୁଇ ତାରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା ।

ପୁଣି ନବବଧୂକୁ ଯୌତୁକ ଯାତନା,ଥାନାରେ ମାମଲା ରୁଜୁ

ବାହାଘର ସମୟରେ ବିଭିନ୍ନ ଆସବାସ ସହ ନଗଦ ଅଢେଇ ଲକ୍ଷ ଟଙ୍କା , ପ୍ରାୟ 6 ଲକ୍ଷ ଟଙ୍କାର ସୁନା ଗହଣା ଓ 1 ଲକ୍ଷ 40 ହଜାର ଟଙ୍କାର ବାଇକ୍ ଦିଆଯାଇଥିଲା। କିନ୍ତୁ ଏତିକିରେ ମନ ସନ୍ତୁଷ୍ଟ ହୋଇନଥିଲା । ଅଧିକା ଯୌତୁକ ଆଣିବା ପାଇଁ ପୂଜାଙ୍କୁ ବାରମ୍ବାର ଚାପ ପକାଇବା ସହ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକେ ବୋଲି ଅଭିଯୋଗ ହୋଇଛି । ଏପରିକି ବାହା ଘର ଦୁଇଦିନ ପରେ ଜୋର ଜବରଦସ୍ତ ପୂଜାଙ୍କ ହାତରୁ ମେହେନ୍ଦି ଲିଭେଇ ଦେଇଥିଲେ ଏବଂ ପୂଜାଙ୍କର ଥଣ୍ଡା କାଶ ହେବାରୁ କୋରୋନା ହୋଇଯାଇଛି କହି ତଳେ ଚଟାଣରେ ଶୋଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।

ନିର୍ଯାତନା ଅସହ୍ୟ ହେବାରୁ ପୂଜା ପରିବାର ଲୋକଙ୍କୁ ଖବର ଦେଇ ବାପା ଘରକୁ ଚାଲିଆସିଥିଲେ । ଏହି ସମ୍ପର୍କରେ ମୂର୍ତ୍ତୁମା ଠାରେ ଏକ ବୈଠକ ବସିଥିଲା। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.