ETV Bharat / state

ମିଲ ମାଲିକଙ୍କୁ ଆକ୍ରମଣ: ମିଲର୍ସଙ୍କ ମଣ୍ଡି ବର୍ଜନ, ଚାଷୀ ହତାଶ - nabarangpur mandi disturbance

ନବରଙ୍ଗପୁରରେ ଥିବା ମଣ୍ଡିରେ ଅଚଳାବସ୍ଥା। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ମିଲରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଧାନ ଉଠାଇନାହାଁନ୍ତି ମିଲର୍ସ। ଯାହା ଫଳରେ ହଇରାଣ ହେଉଛନ୍ତି ଚାଷୀ।

nabarangpur mandi
ମିଲ ମାଲିକଙ୍କୁ ଆକ୍ରମଣର ପ୍ରତିବାଦ, ମଣ୍ଡି ବର୍ଜନ କଲେ ମିଲର୍ସ
author img

By

Published : Dec 8, 2019, 6:17 PM IST

ନବରଙ୍ଗପୁର: ଜିଲ୍ଲାରେ ଥିବା ମଣ୍ଡିରେ ଅଚଳାବସ୍ଥା। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ମିଲରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଧାନ ଉଠାଇ ନାହାଁନ୍ତି ମିଲର୍ସ। ଆକ୍ରମଣକାରୀଙ୍କୁ ଗିରଫ ଦାବି ସହ ମଣ୍ଡିରେ ମିଲରଙ୍କୁ ସୁରକ୍ଷା ଦେବା ଦାବି କରି ମଣ୍ଡି ବର୍ଜନ କରିଛନ୍ତି ସେମାନେ।

ଗତକାଲି ଅଞ୍ଚଳଗୁମ୍ମା ମଣ୍ଡିରେ କୌଣସି କାରଣକୁ ନେଇ ରାଇସ ମିଲ ମାଲିକ ବି. ପରମେଶ୍ବର ଗୁପ୍ତାଙ୍କ ସହ ମଣ୍ଡିକୁ ଧାନ ବିକିବାକୁ ଆସିଥିବା ଚିତ୍ରକୋଟ ଗ୍ରାମର ଚାଷୀ ଶଶି ଭାନୁ ବିଷୋୟୀଙ୍କ ବଚସା ହୋଇଥିଲା। ସେଠାରେ ଉପସ୍ଥିତ ଚାଷୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ମିଲ ମାଲିକଙ୍କୁ ଆକ୍ରମଣ: ମଣ୍ଡି ବର୍ଜନ କଲେ ମିଲର୍ସ, ଚାଷୀ ହତାଶ

ପରେ ସନ୍ଧ୍ୟାରେ ଶଶି ଭାନୁଙ୍କ ପୁଅ ବିରଞ୍ଚି ବିଷୋୟୀ ମଣ୍ଡିକୁ ଆସିବା ସହ ବି. ପରମେଶ୍ବର ଗୁପ୍ତାଙ୍କୁ ଆକ୍ରମଣ କରି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମିଲ ମାଲିକ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦାଏର କରିଛନ୍ତି।

ସେପଟେ ଏହି ଆକ୍ରମଣର ପ୍ରତିବାଦ କରି ମିଲର ମଣ୍ଡି ବର୍ଜନ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ମଣ୍ଡିରେ ଧାନ କିଣା ହେଉ ନଥିବାରୁ ଚାଷୀ ହଇରାଣ ହେଉଥିବାରୁ ମିଲ ମାଲିକଙ୍କ ସହ ଆଲୋଚନା କରି ତୁରନ୍ତ ମଣ୍ଡିରୁ ଧାନ ଉଠାଇବାକୁ ସେମାନେ କହିଛନ୍ତି।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ମଣ୍ଡିରେ ମିଲରଙ୍କୁ ଆକ୍ରମଣ ପ୍ରତିବାଦରେ ନବରଙ୍ଗପୁର ମଣ୍ଡି ମାନଙ୍କରେ ଅଚଳାବସ୍ଥା
ଫର୍ମାଟ - ପେକେଜ, ୦୮/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଳାର ମଣ୍ଡିଗୁଡିକରେ ରେ ଅଚଳାବସ୍ଥା । ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡିରେ ମିଲରଙ୍କୁ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ଆକ୍ରମଣକାରୀଙ୍କୁ ଗିରଫ ଦାବି ଓ ମଣ୍ଡି ମାନଙ୍କରେ ମିଲର ଙ୍କୁ ସୁରକ୍ଷା ଦେବା ଦାବି କରିଛନ୍ତି।
ଭିଓ -୧- ମଣ୍ଡିରେ ମିଲ ମାଲିକ ଙ୍କୁ ଆକ୍ରମଣ ର ପ୍ରତିବାଦ କରି ମଣ୍ଡି ବର୍ଜ୍ଜନ କଲେ ମିଲର୍ସ । ଗତକାଲି ନବରଙ୍ଗପୁର ଜିଲ୍ଲା ଅଞ୍ଚଳଗୁମ୍ମା ମଣ୍ଡିରେ କୌଣସି କାରଣକୁ ସମୟରେ ତେନ୍ତୁଳିଖୁଣ୍ଟି ମହାଲକ୍ଷ୍ମୀ ରାଇସ ମିଲର ମାଲିକ ବି. ପରମେଶ୍ବର ଗୁପ୍ତା ଙ୍କ ସହ ମଣ୍ଡିକୁ ଧାନ ବିକ୍ରୟ ପାଇଁ ଆସିଥିବା ଚିତ୍ରକୋଟ ଗ୍ରାମର ଚାଷୀ ଶଶି ଭାନୁ ବିଷୋୟୀ ଙ୍କ ସହ କୌଣସି ଏକ କାରଣ କୁ ନେଇ ବଚସା ହୋଇଥିଲା । ପରେ ସନ୍ଧ୍ୟା ସମୟରେ ଶଶି ଭାନୁ ଙ୍କ ପୁଅ ବିରଞ୍ଚି ବିଷୋୟୀ ଓ ତାଙ୍କର କିଛି ସାଙ୍ଗ ସହ ଆସି ମଣ୍ଡିରେ ଥିବା ମିଲ ମାଲିକ ବି. ପରମେଶ୍ବର ଗୁପ୍ତା ଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ମିଲ ମାଲିକ ପରମେଶ୍ବର ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦାୟର କରିବା କରିଥିଲେ । ପରେ ମିଲ ମାଲିକ ଙ୍କୁ ଆକ୍ରମଣର ପ୍ରତିବାଦ କରି ଏକ ବୈଠକ କରି ଘଟଣା କୁ ନିନ୍ଦା କରିବା ସହିତ ଘଟଣାରେ ଜଡିତ ବ୍ୟକ୍ତି ଙ୍କୁ ଗିରଫ ଦାବିରେ ମଣ୍ଡି ଗୁଡିକୁ ମିଲର ମାନେ ବର୍ଜ୍ଜନ କରିଥିଲେ । ଏହାସହ ମଣ୍ଡି ମାନଙ୍କରେ ମିଲର ସୁରକ୍ଷା ଦାବି କରିଥିଲେ ।
ବାଇଟ -୧- ବି ପରମେଶ୍ବର (ଆକ୍ରମଣର ଶିକାର ହୋଇଥିବା ମିଲ ମାଲିକ)
ଭିଓ- ୨- ଅପରପକ୍ଷରେ ମଣ୍ଡି ଗୁଡିକରେ ଧାନ ଆଣି ଚାଷୀ ମଣ୍ଡି ଖୋଲିବାକୁ ଅପେକ୍ଷା କରିଥିବା ବେଳେ ଘଟଣା ରେ ଯୋଗାଣ ବିଭାଗ ତରଫରୁ ହସ୍ତକ୍ଷେପ କରି ମିଲ ମାଲିକ ଙ୍କ ସହ ଆଲୋଚନା କରି ତୁରନ୍ତ ମଣ୍ଡିରେ ଥିବା ଧାନ ଗୁଡିକୁ ଉଠାଇବା ପାଇଁ ଅପିଲ କରିଥିଲେ ।
ବାଇଟ -2- ଦିଲୀପ ବିଷୋୟୀ, (ଚାଷୀ )
ବାଇଟ -3- ପ୍ରଶାନ୍ତ ବେବର୍ତା ( ଜିଲ୍ଲା ଯୋଗାଣ ଅଧିକାରୀ )
ଏଫଭିଓ - ଦେଖିବାକୁ ବାକି ରହିଲା କେତେବେଳେ ମଣ୍ଡିରୁ ଧାନ କିଣାବିକା ଆରମ୍ଭ ହେଉଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.