ETV Bharat / state

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ମହକ' ଅନୁଷ୍ଠିତ - ନବରଙ୍ଗପୁରରେ ମହକ ଅନୁଷ୍ଠିତ

ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ଥରୀୟ ମହକ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ । ନବରଙ୍ଗପୁର ଜିଲ୍ଲାପାଳ ଡ. କମଲ ଲୋଚନ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ମହକ'
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ମହକ'
author img

By ETV Bharat Odisha Team

Published : Oct 12, 2023, 10:31 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ଥରୀୟ ମହକ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡ. କମଲ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଏଥିସହ ପିଲାମାନଙ୍କର ମନୋବଳକୁ ଦୃଢ଼ କରିବା ପାଇଁ ଆହ୍ବାନ୍‌ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା କଳା ପ୍ରତିଭାକୁ ସମ୍ମୁଖକୁ ଆଣିବା ।

ଏହା ମଧ୍ୟ ପଢନ୍ତୁ - ବଲାଙ୍ଗୀରରେ ସରିଲା "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ

ସେହିପରି ପିଲାମାନଙ୍କ ପାଇଁ ଏପରି କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ପ୍ରସଂଶା କରିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲା ମୁଖ୍ୟ ମେଡିକାଲ ଅଧିକାରୀ ପିଲାମାନଙ୍କର ଆଗ୍ରହକୁ ଦେଖି ସାଧୁବାଦ ଜଣାଇଥିଲେ । ଅନ୍ୟପଟେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କହିଥିଲେ ଯେ,"ଏହା ହେଉଛି ନିଜର ପ୍ରତିଭା ଦେଖାଇବାର ଏକ ଜରିଆ । ଏଥିରେ ହାରଜିତ ପାଇଁ କେହି ମନ ଖରାପ କରିବେନି କାରଣ ଏଠି ସମସ୍ତେ ଜଣେ ଜଣେ ବିଜେତା । ଏଭଳି କହି ପିଲା ମାନଙ୍କୁ ସ୍ୱାଗତ କରିଥିଲେ"। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଶିଶୁ ବିଭିନ୍ନ ଶିଶୁଗୃହରୁ ଆସି ଭାଗ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ - କେନ୍ଦୁଝରରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ତେବେ ଅପରାହ୍ନରେ ଜିଲ୍ଲା ପୋଲିସ ଅଧିକ୍ଷକ ଏସ. ଶୁଶ୍ରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ଉପସ୍ଥିତ ରହି ପିଲାଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କୁ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କିଶୋର ମାର୍ଥା ପରିଚାଳନା କରିଥିବା ବେଳେ, କୁନିମଣି ସ୍ୱାଇଁ, କିଷାନ ପଟ୍ଟନାୟକ, ସ୍ଵାତିଶ୍ରୀ ପଟ୍ଟନାୟକ, ସମରେନ୍ଦ୍ର ପରିଡ଼ା, ମହେନ୍ଦ୍ର ଚାଲାଣ ସହଯୋଗ କରିଥିଲେ । ସେହିପରି ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ବୃନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବିଚାରକ ମଣ୍ଡଳୀ ଏବଂ ସମସ୍ତ ଶିଶୁ ଗୃହର କର୍ମକର୍ତ୍ତା ଆଦି ଉପସ୍ଥିତ ରହିଥିଲେ ।

ପ୍ରତିବର୍ଷ ଶେଷ ଆଡ଼କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହକ କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି । 2019ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଛୋଟ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା । ଏଥିପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ସହ ରାଜ୍ୟ ସ୍ତରୀୟ ମହକ ଉତ୍ସବରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯାଇ ଥାଏ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.