ETV Bharat / state

ଡରାଉଛି ହଇଜା, କାନାହାଣ୍ଡି ଗ୍ରାମରେ ଗୋଟିଏ ପରିବାରର ୯ ଆକ୍ରାନ୍ତ

author img

By

Published : Aug 1, 2022, 7:51 PM IST

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାନାହାଣ୍ଡି ଗ୍ରାମରେ ଅଣାୟତ୍ତ ହେଉଛି ଡାଇରିଆ । ଗୋଟିଅ ପରିବାରର ୯ ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କାନାହାଣ୍ଡି ଗ୍ରାମରେ ଗୋଟିଏ ପରିବାରର ୯ ଆକ୍ରାନ୍ତ

ନବରଙ୍ଗପୁର: ଡରାଉଛି ହଇଜା । ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାର ଲୋକେ ଏବେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଏବେ ନବରଙ୍ଗପୁର ଜିଲ୍ଲାରେ ତାଣ୍ଡବ ରଚୁଛି ହଇଜା ମହାମାରୀ । ରାଇଘର ବ୍ଲକ ଅନ୍ତର୍ଗତ କାନାହାଣ୍ଡି ଗ୍ରାମରେ ଗୋଟାଏ ପରିବାର ୯ଜଣ ସଦସ୍ୟ ଏକ ସପ୍ତାହ ହେବ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ସମସ୍ତ ସଦସ୍ୟ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଜଣେ ୨ ବର୍ଷର ଝିଅ ପରୀ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, କାନାହାଣ୍ଡି ଗ୍ରାମର ହିନ୍ଦୁ ରାମ ଗଣ୍ଡଙ୍କ ପରିବାରରେ ମୋଟ ୯ ଜଣ ସଦସ୍ୟ ଗତ ୧୦ ଦିନ ହେଲା ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ପରିବାରର ସାନ ଝିଅକୁ ଡାଇରିଆ ଆରମ୍ଭ ହେବା ପରେ ଦିନକୁ ଦିନ ଜଣେ ପରେ ଜଣେ ଆକ୍ରାନ୍ତ ହୋଇଥିଲେ । ଏ ନେଇ ସେମାନେ ବିରିପୁର ଗ୍ରାମର ଜଣେ କ୍ବାକ୍କୁ ଡକାଇ ଚିକିତ୍ସିତ ହେଉଥିବା ବେଳେ ସେଠାକାର ଅଙ୍ଗନବାଡି କର୍ମୀ ଓ ଏଏନଏମ କିମ୍ବା ସ୍ୱାସ୍ଥ୍ୟ ବିଭାଗର କେହି ଅଧିକାରୀଙ୍କୁ ଖବର ନଥିଲା ।

ଏହା ମଧ୍ୟ ପଢନ୍ତୁ: ନନ୍ଦାହାଣ୍ଡିରେ ବ୍ୟାପୁଛି ଝାଡାବାନ୍ତି, ୭ ଆକ୍ରାନ୍ତ

ତେବେ ଗତକାଲି(ରବିବାର) ରାତି ପ୍ରାୟ ସାଢେ ୮ଟା ସମୟରେ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଏକ ଟିମ ହିନ୍ଦୁ ରାମ ଗଣ୍ଡଙ୍କ ଘରେ ପହଞ୍ଚି ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହିତ ଦୁଇ ବର୍ଷର ଝିଅ ପରୀକୁ ରାଇଘର ମେଡିକାଲରେ ଭର୍ତ୍ତି କରାଇଥିଲେ l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.