ନବରଙ୍ଗପୁର: ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗୋଚାଲାଣ । 37ଟି ଗୋରୁକୁ ଉଦ୍ଧାର କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, କୋଷାଗୁମୁଡା ବ୍ଲକ ଦେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ ଛତିଶଗଡ଼ ରାଜ୍ୟକୁ ପ୍ରାୟ ୩୭ଟି ଗାଈ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇଥିଲା ବିଶ୍ବହିନ୍ଦୁ ପରିଷଦ ।
ପରେ ହିନ୍ଦୁ ପରିଷଦର ସଦସ୍ୟ ଗୋରୁଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋରୁ ଗୁଡିକୁ ସନ୍ତୋଷପୁର ପଞ୍ଚାୟତର ଡାଧନୁଆ ଗାଁରେ ରଖି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଧରାପଡିଥିବା ଅଭିଯୁକ୍ତର ନାଁ ଲଚୁରାମ କଶ୍ୟପ ବୋଲି ଜଣାପଡିଛି । ତାର ଘର ଛତିଶଗଡ ନଲପାଅଣ୍ଡ ଗାଁରେ ହୋଇଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ