ETV Bharat / state

କୋରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି ମୋବାଇଲ ବ୍ୟବସାୟୀ - କୋରୋନା ଭାଇରସ ଖବର

ଚନ୍ଦାହାଣ୍ଡି ବ୍ଲକର ଯୁବ ବ୍ୟବସାୟୀ ମହମ୍ମଦ ସାହିଲ ନିଆରା ସହାୟତା । ସେ କୋରୋନା ଲଢେଇର ଯୋଦ୍ଧାଙ୍କ ମୋବାଇଲକୁ ଦୁଇ ଶହ ଟଙ୍କାର ମାସିକ ରିଚାର୍ଜ କରି ଅଭିନବ ଭାବେ ସାହାଯ୍ୟର ହାତ ବଢାଇଛନ୍ତି । ଅଧିକ ପଢନ୍ତୁ...

covid19-wairior-helping-by-mobile-businessman-of-chandahandi
କୋରୋନା ଯୋଦ୍ଧାଙ୍କୁ ସହାୟତା କରୁଛନ୍ତ ମୋବାଇଲ ବ୍ୟବସାୟୀ
author img

By

Published : Apr 14, 2020, 2:29 PM IST

ନବରଙ୍ଗପୁର: ଯୁବ ବ୍ୟବସାୟୀଙ୍କ ନିଆରା ସହାୟତା । କୋରୋନା ମହାମାରୀ ଯୁଦ୍ଧରେ ନିଜର ସହଭାଗିତା ପାଇଁ ଅନେକ ବ୍ୟକ୍ତି ବିଶେଷ ନିଜ ନିଜ ଢଙ୍ଗରେ ସହଯୋଗର ହାତ ବଢ଼ାଇ ସମାଜ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି । କିଏ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି ତ କିଏ ଗରିବ ଜନସାଧାରଣଙ୍କୁ ଆହାର ଯୋଗାଉଛନ୍ତି । ପୁଣି କେହି କେହି ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରୁଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ସହାୟତା କରୁଛନ୍ତ ମୋବାଇଲ ବ୍ୟବସାୟୀ

ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଣ୍ଡାମୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ମହମ୍ମଦ ସାହିଲ କୋରୋନା ଲଢେଇର ଯୋଦ୍ଧା ସାଜିଥିବା ଓ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ , ବିଦ୍ୟୁତ୍ ବିଭାଗ କର୍ମଚାରୀ , ଜଳଯୋଗାଣ କର୍ମଚାରୀ , ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସାମ୍ବାଦିକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭଳି ଶତାଧିକ ବ୍ୟକ୍ତିଙ୍କ ମୋବାଇଲକୁ ଦୁଇ ଶହ ଟଙ୍କାର ମାସିକ ରିଚାର୍ଜ କରି ଅଭିନବ ଭାବେ ସାହାଯ୍ୟର ହାତ ବଢାଇଛନ୍ତି ।

ବର୍ତ୍ତମାନ ଲକଡାଉନ୍ ଯୋଗୁଁ ଦୋକାନ ବଜାର ମଧ୍ୟ ରହୁଥିବାବେଳେ ଏହିଭଳି ଅଭିନବ ପ୍ରୟାସକୁ କୋରୋନା ସଂଗ୍ରାମରେ ଗ୍ରାମାଞ୍ଚଳରେ ଯୋଦ୍ଧା ସାଜିଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ମାନେ ସ୍ବାଗତ କରିଥିବା ବେଳେ ସାହିଲଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ସାହିଲ 100 ଜଣଙ୍କ ମୋବାଇଲକୁ ଦୁଇ ଶହ ଟଙ୍କା ଲେଖାଏଁ କୋଡିଏ ହଜାର ଟଙ୍କାର ରିଚାର୍ଜ କରିଛନ୍ତି ଓ ଆଗମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.