ETV Bharat / state

ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର, ମୁଣ୍ଡିଆ ମାରିଲେ CDMO ମାଡମ - nabarangapur cdmo

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରାମା । CDMOଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର । ହାତଯୋଡି ମୁଣ୍ଡିଆ ମାରିଲେ CDMO । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର, ମୁଣ୍ଡିଆ ମାରିଲେ CDMO ମାଡମ
ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର, ମୁଣ୍ଡିଆ ମାରିଲେ CDMO ମାଡମଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର, ମୁଣ୍ଡିଆ ମାରିଲେ CDMO ମାଡମ
author img

By

Published : Sep 21, 2021, 8:48 AM IST

Updated : Sep 21, 2021, 11:04 AM IST

ନବରଙ୍ଗପୁର: ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର । ଶାନ୍ତ କରିବାକୁ ମୁଣ୍ଡିଆ ମାରିଲେ CDMO । ଏଭଳି ଏକ କୌତୁହଳପୂର୍ଣ୍ଣ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ । ନବରଙ୍ଗପୁର ସିଡିଏମଓ ଶୋଭାରଣୀ ମିଶ୍ରଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣି ଧାରଣାରେ ବସିଥିବା ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ CDMO ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଛି । ଯାହା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

ଅଭିଯୋଗ ଆଣି ଧାରଣାରେ ବସିଥିଲେ ଡାକ୍ତର, ମୁଣ୍ଡିଆ ମାରିଲେ CDMO ମାଡମ

ଆଜି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଶୋଭାରଣୀ ମିଶ୍ରଙ୍କୁ ନିଜ କିଛି ଅଭିଯୋଗ ନେଇ ସାକ୍ଷାତ କରିବାକୁ ଆସିଥିଲେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସଚିକାନ୍ତ ଲେଙ୍କା । ତେବେ ଏହି ସାକ୍ଷାତବେଳେ ସିଡିଏମଓ ତାଙ୍କୁ ଗାଳିଗୁଲଜ କରିବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ ଡାକ୍ତର ସଚିକାନ୍ତ । ପରେ ଏନେଇ ସେ ହସ୍ପିଟାଲ ପରିସରରେ ଧାରଣା ମଧ୍ୟ ଦେଇଥିଲେ ।

ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ଉଭୟ ଧାରଣାରତ ଡାକ୍ତର ଓ ସିଡିଏମଓ ମଧ୍ୟରେ ଆଲୋଚନା କରି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ । ଏଭଳି ସମୟରେ ସିଡିଏମଓ ଶୋଭାରଣୀ ମିଶ୍ର ନିଜେ ଭୁଲ କରିଥିବା ସ୍ବୀକାର କରିବା ସହିତ ଧାରଣାରତ ଡାକ୍ତରଙ୍କୁ ହାତଯୋଡି କ୍ଷମା ପ୍ରାର୍ଥନା କରିବା ସହ ମୁଣ୍ଡିଆ ମଧ୍ୟ ମାରିଥିଲେ। ପ୍ରତିକ୍ରିୟାରେ ଧାରଣାରତ ଡାକ୍ତର ସଚିକାନ୍ତ ମଧ୍ୟ ସିଡିଏମଓଙ୍କୁ ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Sep 21, 2021, 11:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.