ନବରଙ୍ଗପୁର: ଜିଲ୍ଲାରେ ଦିନକୁ କୋରୋନା ସଂକ୍ରମଣରେ ହ୍ରାସ ଘଟିବାରେ ଲାଗିଛି । ଗତ ତିନି ଦିନ ହେବ ଜିଲ୍ଲାରେ କୋରୋନା ମିଟର ତଳମୁହାଁ ହେବାରେ ଲାଗିଛି l ଯାହାଫଳରେ ଜିଲ୍ଲାବାସୀଙ୍କୁ କୋରୋନା ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି l ଶନିବାର ଜିଲ୍ଲାରେ 216 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଶନିବାର ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 44, ପାପଡାହାଣ୍ଡି ବ୍ଲକରୁ 34, ରାଇଘର ବ୍ଲକରୁ 24, ନନ୍ଦାହାଣ୍ଡି ବ୍ଲକରୁ 23 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ଓ ନବରଙ୍ଗପୁର ପୌରାଞ୍ଚଳରୁ 20 ଜଣ ଲେଖାଏଁ, ଝରିଗାଁ ବ୍ଲକରୁ 18, ତେନ୍ତୁଳିଖୁଣ୍ଟି ବ୍ଲକରୁ 2, ଉମରକୋଟ ଓ କୋଷାଗୁମୁଡା ବ୍ଲକରୁ 7 ଜଣ ଲେଖାଏଁ, ଡାବୁଗାଁ ବ୍ଲକରୁ 6 ଏବଂ ନବରଙ୍ଗପୁର ବ୍ଲକରୁ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 2 ଲକ୍ଷ 78 ହଜାର 833 ଜଣଙ୍କର ନମୁନା ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ । ସେଥିମଧ୍ୟରୁ 19 ହଜାର 441 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି 16 ହଜାର 467 । ବର୍ତ୍ତମାନ ମୋଟ 2 ହଜାର 838 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 2 ହଜାର 638 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ଏବଂ ଅନ୍ୟ 200 ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ