ETV Bharat / state

ବିଜେଡ଼ି ପାଳୁଛି ପ୍ରତିଷ୍ଠା ଦିବସ, ବିଜେପି କରୁଛି ସତ୍ୟାଗ୍ରହ

author img

By

Published : Dec 26, 2022, 4:07 PM IST

ବିଜୁ ଜନତା ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ହେଲେ ଏହାକୁ ଆକ୍ଷେପ କରି ବିଜେପି ପାଳୁଛି ସତ୍ୟାଗ୍ରହ । ଅଧିକ ପଢ଼ନ୍ତୁ

BJP observed Satyagraha on foundation day
ବିଜେଡ଼ି ପ୍ରତିଷ୍ଠା ଦିବସରେ ବିଜେପିର ସତ୍ୟାଗ୍ରହ

ନବରଙ୍ଗପୁର : 26 ବର୍ଷରେ ପାଦ ଥାପିଛି ବିଜେଡ଼ି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ତାର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ହେଲେ ଏହି ଅବସରରେ ବଜେପି ପକ୍ଷରୁ ସତ୍ୟାଗ୍ରହ ପାଳନ କରାଯାଇଛି (BJP observed protest day) । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ।

ଓଡ଼ିଶା ଏବେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟି ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଏହାର ମୁଖ୍ୟ କାରପେଟ୍‌ଦାର । ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ପ୍ରମୁଖ ରାଜନୈତିକ ଅପରାଧ ଘଟାଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

ଏନେଇ ଆଜି ରାଜ୍ୟବ୍ୟାପୀ "ସତ୍ୟାଗ୍ରହ" ପାଳନ କରୁଛି । ଗୋଟିଏ ପଟେ ଡିସେମ୍ବର ୨୬ ଅର୍ଥାତ ଆଜି ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହାକୁ କାଉଣ୍ଟର କରି ଆଜି ବିଜେପି ରାଜ୍ୟବ୍ୟାପୀ "ସତ୍ୟାଗ୍ରହ" କରୁଛି (BJP observed protest day on BJD foundation day)।

ଏହାମଧ୍ୟ ପଢ଼ନ୍ତୁ. ପ୍ରତିଷ୍ଠା ଦିବସ ପାଳୁଛି BJD, ଉତ୍ସାହିତ ନେତା-କର୍ମୀ

ଏ ସମ୍ପର୍କରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ କହିଛନ୍ତି "ଓଡ଼ିଶାରେ ଯେଉଁ ପ୍ରକାରର ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ସେଥିରେ ଓଡ଼ିଶା ସରକାର ୩ ନମ୍ବରରେ ଅଛନ୍ତି । ତେବେ ଆଗାମୀ ଦିନରେ ୧ ନମ୍ବର ହେବାକୁ ଯାଉଛନ୍ତି । ସବୁ ଅପରାଧରେ ବିଜେଡି ନେତାମାନେ ସମ୍ପୃକ୍ତ ଅଛନ୍ତି । ତାକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଗତ ଦିନରେ ବହୁ ରାଜନୈତିକ ହତ୍ୟା ହୋଇସାରିଛି । ସେ ମାହାଙ୍ଗା ଡବଲ ମର୍ଡର ହେଉ କି ଗଞ୍ଜାମରେ ଅପରାଧ କଥା । ସବୁଠି ଅଛି ବିଜେଡିର ହାତ । ଏବେ ସବୁଠୁ ବଡ଼ ଚର୍ଚ୍ଚା ଚାଲିଛି ଗୋବିନ୍ଦ ସାହୁ, ଯିଏ ମମିତା ମେହେରକୁ ହତ୍ୟା କରି ଜେଲରେ ଥିଲେ । ତାଙ୍କୁ ଜେଲ୍‌ରେ ମାରି ଦିଆଯାଇଛି । ତାଙ୍କୁ ବିଜେଡି ସରକାର ଓ ପ୍ରଶାସନ ଗୋଟିଏ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି । କୌଣସି ଲୋକେ ଝରକାରେ କି ଟାଓ୍ବଲରେ ଆତ୍ମହତ୍ୟା କରିପାରିବ ନାହିଁ । ତାହା ଅସମ୍ଭବ। ତାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ତେଣୁ ଆଜି ସମଗ୍ର ଓଡ଼ିଶାରେ ପ୍ରତି ମଣ୍ଡଳସ୍ତରରେ ଆମେ ସତ୍ୟାଗ୍ରହ କରୁଛୁ । ନ୍ୟାୟ ମିଳୁ ନର୍ଦ୍ଦୋଷକୁ ଏବଂ ପ୍ରକୃତ ଅପରାଧକୁ ଦଣ୍ଡ ଦିଆଯାଉ ।"

1997 ମସିହା ଡିସେମ୍ବର 26 ଅର୍ଥାତ ଆଜିର ଦିନରେ ବିଜେଡି ଦଳ ଗଠନ ହୋଇଥିଲା । ଦଳ ପ୍ରତିଷ୍ଠା ହେବା ସମୟରେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଇସ୍ପାତ ଓ ଖଣି ବିଭାଗରେ ମନ୍ତ୍ରୀ ଥିଲେ । 2000 ମସିହା ନିର୍ବାଚନରେ ଲଢି ରାଜ୍ୟ ସରକାର ଗଠନ କଲେ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ । ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସଫଳ ରାଜନୈତିକ ଦଳ ଭାବରେ ଜାତୀୟସ୍ତରରେ ଉଦାହରଣ ସୃଷ୍ଟି କରିଛି । ଓଡିଶାବାସୀଙ୍କ ଲୋକପ୍ରିୟତା ପାଇଁ ନବୀନ ପଟ୍ଟନାୟକ ଗାଦି ବଞ୍ଚାଇ ରଖିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.