ETV Bharat / state

ବିଜେପି ଗଡରେ କ୍ରୀଡା ମନ୍ତ୍ରୀଙ୍କୁ କଳାପତାକା, ୫ ବିଜେପି କର୍ମୀ ଅଟକ - କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ବିଜେଡ଼ିର ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୁଷାର କାନ୍ତି ବେହେରାଙ୍କ ଉମରକୋଟ ଗ୍ରସ୍ତ। ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ୫ ବିଜେପି କର୍ମୀ ପୋଲିସ ଦ୍ଵାରା ଅଟକ । ଅଧିକ ପଢନ୍ତୁ...

ବିଜେପି ଗଡରେ ବିଜେଡି ମନ୍ତ୍ରୀଙ୍କୁ କଳାପତାକା ,  ୫ ବିଜେପି କର୍ମୀ ଅଟକ

author img

By

Published : Jul 18, 2021, 9:26 AM IST

ନବରଙ୍ଗପୁର: ଜିଲ୍ଲାରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେପି ଗଡରେ ବିଜେଡି ମନ୍ତ୍ରୀଙ୍କୁ କଳାପତାକା ଦେଖାଇବାରୁ ଧସ୍ତାଧସ୍ତି ହେଲେ ଉଭୟ ଦଳ । ରାଜ୍ୟ କ୍ରୀଡା ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତୁଷାର କାନ୍ତି ବେହେରା ନବରଙ୍ଗପୁରକୁ ଚାରି ଦିନିଆ ଗସ୍ତରେ ଆସିଥିବା ବେଳେ ରାଇଘର ଗସ୍ତ କରୁଥିଲେ । ଏହି ସମୟରେ ମନ୍ତ୍ରୀଙ୍କୁ ବିରୋଧ କରି କଳାପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ ।

ଜିଲ୍ଲାର ଏକ ମାତ୍ର ବିଜେପି ବିଧାୟକ ଥିବା ନିର୍ବାଚନ ମଣ୍ଡଳୀରେ ବିଜେଡି ମନ୍ତ୍ରୀଙ୍କ ବିରୋଧକୁ ନେଇ ଜିଲ୍ଲାରେ ବିଜେଡି ବିଜେପି ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଉଭୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଉମରକୋଟ ଠାରେ ତିନି ବିଜେପି କର୍ମୀଙ୍କୁ ପୋଲିସ ଦ୍ଵାରା ଅଟକ ରହିଥିବା ବେଳେ ରାଇଘର ଠାରେ ଦୁଇ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି ।

ବିଜେପି ଗଡରେ ବିଜେଡି ମନ୍ତ୍ରୀଙ୍କୁ କଳାପତାକା , ୫ ବିଜେପି କର୍ମୀ ଅଟକ

ନବରଙ୍ଗପୁର ଗସ୍ତରେ ଥିବା ମନ୍ତ୍ରୀ ଗତକାଲି ଉମରକୋଟ ଡ଼ି ଏନ କେ ପଡିଆ ଠାରେ ସ୍ଥାନୀୟ ବିଜେଡି କର୍ମୀ ମାନେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଯୁବଗୋଷ୍ଠି ବିଜେଡିରେ ଯୋଗ ଦେଇଥିଲେ । ସଂଗଠନକୁ ଆଗକୁ ନେବା ସହ ସରକାରଙ୍କ ଜଣ କଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ ୱାର୍ଡ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ଯାଏ ସଂଗଠନ ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

କ୍ରୀଡା କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ୨୦୨୩ରେ ପୁଣି ହକି ୱାର୍ଲଡ଼ କପ ଅନୁଷ୍ଠିତ ହେବ । ସେଥିପାଇଁ ଭିତ୍ତି ଭୂମିର ଉନ୍ନତି କରଣ ଚାଲିଛି । ବ୍ଲକ ସ୍ତରୀୟ ଖେଳାଳି ମାନଙ୍କୁ ବିଭିନ୍ନ କ୍ରୀଡା ହଷ୍ଟେଲରେ ରଖାଯିବ । ଏଥିସହ କଳିଙ୍ଗ ଷ୍ଟାଡିୟମରୁ କୋଚ ମାନଙ୍କୁ ଆଣି ନବରଙ୍ଗପୁର କିମ୍ବା ଉମରକୋଟ ରେ ତାଲିମ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.