ETV Bharat / state

କମୁଛି ବାଉଁଶ ସାମଗ୍ରୀ ଚାହିଦା, ସଙ୍କଟରେ କାରୀଗରଙ୍କ ବେଉସା - ନବରଙ୍ଗପୁର ବାଉଁଶ କାରୀଗରଙ୍କ ସମସ୍ୟା

ଦୁର୍ଦ୍ଦିନରେ ବାଉଁଶ କାରୀଗର । ବାଉଁଶ ତିଆରି ଜିନିଷ ବିକ୍ରୀ ନହୋଇ ପଡିରହିଛି । କିଣିବାକୁ ଗ୍ରାହକଙ୍କ ମନରେ ଆଗ୍ରହ ନାହିଁ । ବଜାର ସହ ବିକ୍ରୀ ଅଭାବରୁ ଧିରେ ଧିରେ ଏ ବେଉସା ବୁଡିବାକୁ ବସିଲାଣି । ଅଧିକ ପଢନ୍ତୁ

ସଙ୍କଟରେ ବାଉଁଶ କାରୀଗରଙ୍କ ବେଉସା
ସଙ୍କଟରେ ବାଉଁଶ କାରୀଗରଙ୍କ ବେଉସା
author img

By

Published : Jul 21, 2022, 5:16 PM IST

ନବରଙ୍ଗପୁର: ଦୁର୍ଦ୍ଦିନରେ ବାଉଁଶ କାରୀଗର । ବାଉଁଶ ତିଆରି ଜିନିଷ ବିକ୍ରୀ ନହୋଇ ପଡିରହିଛି । କିଣିବାକୁ ଗ୍ରାହକଙ୍କ ମନରେ ଆଗ୍ରହ ନାହିଁ । ବଜାର ସହ ବିକ୍ରୀ ଅଭାବରୁ ଧିରେ ଧିରେ ଏ ବେଉସା ବୁଡିବାକୁ ବସିଲାଣି । ବାଉଁଶରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ତାକୁ ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଏପରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମର କାରୀଗର ।

ସଙ୍କଟରେ ବାଉଁଶ କାରୀଗରଙ୍କ ବେଉସା

ବାହାଘରଠୁ ନେଇ ଯାନିଯାତ୍ରା ସବୁଥିରେ ବାଉଁଶ ସାମଗ୍ରୀର ଖୋଜା ପଡିଥାଏ । ହେଲେ ସମୟ ସହ ତାଳ ଦେଇ ଆଜିର ମଣିଷର ଚାହିଦାରେ ମଧ୍ୟ ପରିବର୍ତ୍ତନ ହୋଇଛି । ବାଉଁଶରେ ତିଆରି ହେଉଥିବା ଭଳିକି ଭଳି ଜିନିଷର ବର୍ତ୍ତମାନ ଚାହିଦା କମୁଛି । ତାର ଜାଗା ନେଇଛି ପ୍ଲାଷ୍ଟିକ ଜିନିଷ । ଫଳରେ ପୂର୍ବ ଭଳି ଲୋକ ଆଉ ବାଉଁଶ ତିଆରି ଜିନିଷ କିଣୁନାହାନ୍ତି । ଯାହା ବାଉଁଶ କାରୀଗରଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ଜିନିଷ ବିକ୍ରୀ ନହୋଇ ପାରି ପଡି ରହିଛି । ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକରେ ଏହି କାରୀଗର ମାନେ ବସବାସ କରି ଆସୁଛନ୍ତି l ପୂର୍ବ ପୁରୁଷର ଏହି ବେଉସାକୁ ପାଥେୟ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଜିର ଯୁଗରେ ଆଉ ଆଗ ଭଳି ବାଉଁଶରେ ତିଆରି ଜିନିଷର ଚାହିଦା ଧୀରେ ଧୀରେ କମିବାରେ ଲାଗିଲାଣି l ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମରେ ପ୍ରାୟ 30 ରୁ 40 ପରିବାର କେବଳ ବାଉଁଶ କାରୀଗର ଅଛନ୍ତି l ଏମାନେ ବର୍ଷ ତମାମ ବାଉଁଶରେ ତିଆରି ଜିନିଷ ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ଉଚିତ ବଜାର ମୂଲ୍ୟ ପାଇ ପାରୁ ନାହାନ୍ତି l ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ସରକାରଙ୍କ ଠାରୁ ଏଯାବତ ପାଇ ନାହାନ୍ତି l ଫଳରେ ପରିବାର ପୋଷଣ କରିବା ନେଇ ଚିନ୍ତାରେ ପଡିଛନ୍ତି କାରୀଗର ।

କାରୀଗର ମାନେ ପ୍ରଥମେ ବାଉଁଶ କିଣି ଆଣି ତାକୁ ପ୍ରଥମେ ପାତିଆ କରି କାଟିଥାନ୍ତି l ପରେ ସେହି ପାତିଆରୁ ବିଭିନ୍ନ ଜିନିଷ ଯେପରିକି କୁଲା, ଚାଙ୍ଗୁଡ଼ି, ପାଲ, ମସିଣା ଓ ଟୋକେଇ ଇତ୍ୟାଦି ଅନେକ ପ୍ରକାରର ଜିନିଷ ତିଆରି କରିଥାନ୍ତି l ବାଉଁଶ ଆଣି ଏସବୁ ଜିନିଷ ପ୍ରସ୍ତୁତ କରିବାରେ 4 ରୁ 5 ଦିନ ସମୟ ଲାଗୁଥିବା ବେଳେ ପ୍ରସ୍ତୁତ ଜିନିଷକୁ ନେଇ ହାଟ ବଜାର କିମ୍ବା ଗାଁ ଗାଁ ବୁଲି ବିକ୍ରୀ କରିଥାନ୍ତି l ହେଲେ ଏହି ଆଧୁନିକ ଯୁଗରେ ବାଉଁଶ ଟୋକେଇ ଜାଗାରେ ପ୍ଲାଷ୍ଟିକ ଜିନିଷର ଅଧିକ ବ୍ୟବହାର ହେତୁ ବିକ୍ରୀ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ପ୍ରସ୍ତୁତ ଜିନିଷ ବିକ୍ରୀ କଲେ ଯାଇ ଏମାନଙ୍କ ପରିବାର ପେଟକୁ ଦାନା ମିଳେ l

କାରୀଗରଙ୍କ ଏ ସମସ୍ୟା ନେଇ ଜିଲ୍ଲା ଓରମାସ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ବାଉଁଶ ତିଆରି ଜିନିଷର ଚାହିଦା ପୂର୍ବ ଅପେକ୍ଷା କମିଛି ସତ ହେଲେ ଆବଶ୍ୟକତା କିମିନାହିଁ । ବାଉଁଶକୁ ନେଇ କିପରି ନୂଆ କିଛି କରିହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାର ସମୟ ଆସିଛି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବାଉଁଶରେ କିପରି ସୌଖୀନ ଘରକରଣା ସାମଗ୍ରୀ ସହିତ ଘର ସଜାଇବା ସାମଗ୍ରୀ ତିଆରି କରାଯାଇ ପାରିବ ଏବଂ ତାର ମାର୍କେଟ କରାଯିବ ସେନେଇ କାରୀଗରଙ୍କୁ ଓରମାସ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ । ଯଦ୍ୱାରା କି ଏହି କୌଳିକ ବୃତ୍ତି ବଞ୍ଚିବା ସହିତ କାରୀଗର ମଧ୍ୟ ବେଶ ଲାଭବାନ ହୋଇ ପାରିବେ" ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.