ETV Bharat / state

ନବରଙ୍ଗପୁରରେ ସରକାରୀ ଓକିଲ ନିଯୁକ୍ତିରେ ଦୁର୍ନୀତି, ସାଂସଦ ମୁନ୍ନା ଖାଁ ଏବଂ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

author img

By

Published : Aug 10, 2021, 9:31 AM IST

ନବରଙ୍ଗପୁରରେ ସରକାରୀ ଓକିଲ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ସାଂସଦ ମୁନ୍ନା ଖାଁ ଏବଂ ଜିଲ୍ଲାପାଳ ସାମିଲ୍ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ସରକାରୀ ଓକିଲ ନିଯୁକ୍ତିରେ ଦୁର୍ନୀତି, ସାଂସଦ ମୁନ୍ନା ଖାଁ ଏବଂ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ
ନବରଙ୍ଗପୁରରେ ସରକାରୀ ଓକିଲ ନିଯୁକ୍ତିରେ ଦୁର୍ନୀତି, ସାଂସଦ ମୁନ୍ନା ଖାଁ ଏବଂ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ

ନବରଙ୍ଗପୁର: ଜିଲ୍ଲା ସରକାରୀ ଓକିଲ ନିଯୁକ୍ତିରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ରଙ୍କ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ । ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା । ଜିଲ୍ଲା କୋର୍ଟରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିବା ସହ ଏଥିରେ ସାଂସଦ ଏବଂ ଜିଲ୍ଲାପାଳଙ୍କ ହାତ ଥିବା ଅଭିଯୋଗ କରିଛି ବିଜେଡି ।

ସୂଚନା ଅନୁଯାୟୀ ଗତ ମେ' 31 ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲା କୋର୍ଟ ଠାରେ ଜିପି, ପିପି, ଆଡିସନାଲ ପିପି, ସ୍ପେସିଆଲ ପିପି, ଆସିଷ୍ଟାଣ୍ଡ ପିପି ଭାବେ 24 ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ନିଯୁକ୍ତିରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ସନ୍ଦେହ କରି ଆଇନ ବିଭାଗ ଓ ଜିଲ୍ଲାପାଳଙ୍କୁ ଏନେଇ RTI ମାଧ୍ୟମରେ ସୂଚନା ହସ୍ତଗତ କରିଥିଲେ । ସୂଚନା ଆଇନ ଅନୁସାରେ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେପି ନେତା ମୃତ୍ୟୁଞ୍ଜୟ ମହାରଣା । ନିଯୁକ୍ତି ନିମନ୍ତେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ର ଯେଉଁ ସୁପାରିଶ କରିଛନ୍ତି ତାହା ବେଆଇନ ବୋଲି ଅଭିଯୋଗ କରିଛନ୍ତି ମୃତ୍ୟୁଞ୍ଜୟ । ସରକାରୀ ଓକିଲ ନିଯୁକ୍ତି ପାଇଁ ଫୌଜଦାରୀ ଧାରା ୨୪ ଓ ତାର ଉପଧାରା ୪ ଓ ୫ ରେ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି ।

ନିୟମ ଅନୁଯାୟୀ , CRPC ଧାରା 24 ପ୍ରକାରେ ସରକାରୀ ଓକିଲ ନିଯୁକ୍ତି କରାଯାଇଥାଏ । ନିୟମାବଳୀ 1971 ଧାରା 5 ଆନୁଯାଇ ସରକାରୀ ଓକିଲ ନିଯୁକ୍ତିକୁ ନେଇ ଆଇନ ବିଭାଗ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥାଏ । ଧାରା 24 ପ୍ରକାରେ ଜିଲ୍ଲାପାଳ, ଜିଲ୍ଲା ଦୌରା ଜର୍ଜକୁ ଏକ ଚିଠି ଲେଖି ସରକାରୀ ଓକିଲ ନିଯୁକ୍ତି ପାଇଁ ନାମାଙ୍କନ ଦାଖଲ କରାଯାଇଥିବା ଓକିଲମାନଙ୍କ ତାଲିକା ମାଗିଥାନ୍ତି । କିନ୍ତୁ ଏହି ନିଯୁକ୍ତି ପ୍ରକିୟାକୁ ଅବମାନନା କରିଛନ୍ତି ଜିଲ୍ଲାପାଳ । ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏହାକୁ ରାଜନୀତିକରଣ କରି ନିଜ ଲେଟର ପ୍ୟାଡରେ କିଛି ଓକିଲଙ୍କ ନାମ ସୁପାରିଶ କରିଥିଲେ ଜିଲ୍ଲାପାଳଙ୍କୁ । ତାପରେ ସେହି ସୁପାରିଶ ଚିଠିକୁ ଆଇନ ବିଭାଗକୁ ପଠାଇ ଦେଇଥିଲେ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର । ଏହା ନିଯୁକ୍ତିକରଣର ପ୍ରକ୍ରିୟା ନୁହଁ ବୋଲି ଅଭିଯୋଗ ଆଣିଛନ୍ତି ବରିଷ୍ଠ ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା ।

9 ଟି ସରକାରୀ ଓକିଲ ପଦବୀ ରହି ଥିବାବେଳେ କେଉଁ ଆଧାରରେ 24 ଟି ପୋଷ୍ଟ ଦିଆଗଲା ବୋଲି ଜିଲ୍ଲାପାଳ ଏବଂ ସାଂସଦ ମୁନ୍ନା ଖାଁକୁ ପ୍ରଶ୍ନ ବାଣରେ ଘେରିଛି ବିଜେପି । ଓଡିଶା ଷ୍ଟାଫ ସିଲେକ୍ସନ ନିଯୁକ୍ତିରେ ବିରଞ୍ଚି ନାରାୟଣଙ୍କ ଭଳି ଜିଲ୍ଲାପାଳ ଓ ରାଜ୍ୟସଭା ସାଂସଦ ମଧ୍ୟ ସରକାରୀ ଓକିଲ ନିଯୁକ୍ତିରେ ଦୁର୍ନୀତି କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି । ଏଣୁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.