ETV Bharat / state

ବେଲୁନ ବିକିବାକୁ ଯାଇ 4 ଦିନ ହେଲା ପୁଅ ନିଖୋଜ, ଥାନାରେ ଏତଲା ଦେଲେ ବାପା-ମା’

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପୋଲିସ ଫାଣ୍ଡି ଅଧିନରେ ଥିବା ସାନବାର୍ଲି ଗ୍ରାମର ଜଣେ ନାବାଳକ ୪ ଦିନ ହେବ ନିଖୋଜ ଅଛନ୍ତି । ଏନେଇ ମଇଦଲପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅର ମା ଓ ବାପା । ଅଧିକ ପଢନ୍ତୁ

author img

By

Published : Apr 25, 2022, 9:04 AM IST

ଚାରି ଦିନ ହେବ ନାବାଳକ ନିଖୋଜ, ଥାନାରେ ଏତଲା ଦେଲେ ବାପା-ମା

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମୈଦଲପୁର ପୋଲିସ ଫାଣ୍ଡି ଅଧିନରେ ଥିବା ସାନବାର୍ଲି ଗ୍ରାମର ଜଣେ ନାବାଳକ ୪ ଦିନ ହେବ ନିଖୋଜ ଅଛନ୍ତି । ଏନେଇ ମଇଦଲପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅର ମା ଓ ବାପା । ସୂଚନା ଅନୁଯାୟୀ, ସାନବାର୍ଲି ଗ୍ରାମର ପରମାନନ୍ଦ ହରିଜନ(45)ଙ୍କ ସାନ ପୁଅ ଅର୍ଜୁନ ହରିଜନ(16) ତାଙ୍କର ତିନିଜଣ ସାଙ୍ଗଙ୍କ ସହ ମୈଦଲପୁର ଠାରେ ବୁଧବାର ଦିନ (20 ତାରିଖ) ମା’ ଠାକୁରାଣୀଙ୍କ କଳସୀ ଯାତ୍ରା ଥିବାରୁ ବେଲୁନ ବିକ୍ରି କରିବାକୁ ଆସିଥିଲେ । କିନ୍ତୁ ଗୁରୁବାର ଦିନ(21 ତାରିଖ) ଦିନ ସକାଳେ ସାଥିରେ ଯାଇଥିବା ତିନୋଟି ପିଲା ଘରକୁ ଫେରିଥିଲେ କିନ୍ତୁ ଅର୍ଜୁନ ଘରକୁ ଫେରିନଥିଲେ ।

ଅର୍ଜୁନ ଘର ପଚାରିବାରୁ ଉକ୍ତ ତିନୋଟି ପିଲା ଉତ୍ତର ଦେଇଥିଲେ ଯେ, ସେ ବସରେ ଆସିବ ବୋଲି । କିନ୍ତୁ ସନ୍ଧ୍ୟା ଗଡିଗଲା ପରେ ଅର୍ଜୁନ ଘରକୁ ନଫେରିବାରୁ, ପରିବାର ମଧ୍ୟରେ ସନ୍ଦେହ ଜାତ ହେଲା ପରେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ, ଅର୍ଜୁନର ଖବର ପାଇନଥିଲେ । ଏଣୁ, ମଇଦଳପୁର ଫାଣ୍ଡିରେ ଅର୍ଜୁନର ବାପା, ମା ଆସି ପୋଲିସଙ୍କୁ ନିଜ ପୁଅକୁ ଖୋଜିବାକୁ ସାହାଯ୍ୟ କରିବା ନିମନ୍ତେ ନିବେଦନ କରିଥିଲେ l ଏତଲା ପାଇ ପୋଲିସ ତା’ର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ମଇଦଳପୁର ପୋଲିସ ଫାଣ୍ଡି ଅଧିକାରୀ ଡି ଦେବି କୁମାର l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.