ETV Bharat / state

5ଟି ସଚିବଙ୍କ ମନ ଜିଣିଲେ ତେନ୍ତୁଳିଖୁଣ୍ଟିର ଛାତ୍ରୀ, ଦକ୍ଷିଣ କୋରିଆର କେପପ୍‌ ଆଇଡଲ ହେବା ନେଇ ଜଣାଇଲେ ଇଚ୍ଛା - 5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ଅଞ୍ଚଳ ଛାତ୍ରୀ

5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ଅଞ୍ଚଳ ତେନ୍ତୁଳିଖୁଣ୍ଟିର ଛାତ୍ରୀ । 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଶ୍ନରେ ଭବିଷ୍ୟତରେ ଦକ୍ଷିଣ କୋରିଆ ଯାଇ କେପପ ଆଇଡଲ (korean pop idol )ହେବା ଲକ୍ଷ୍ୟ ରଖିଥିବା କହିଛନ୍ତି ତେନ୍ତୁଳିଖୁଣ୍ଟିର ଛାତ୍ରୀ ତମନ୍ନା । ଅଧିକ ପଢନ୍ତୁ

5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ତେନ୍ତୁଳିଖୁଣ୍ଟିର ଛାତ୍ରୀ

author img

By

Published : Dec 11, 2021, 5:10 PM IST

Updated : Dec 11, 2021, 5:22 PM IST

ନବରଙ୍ଗପୁର: 5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ଅଞ୍ଚଳ ତେନ୍ତୁଳିଖୁଣ୍ଟିର ଛାତ୍ରୀ । 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଶ୍ନରେ ଭବିଷ୍ୟତରେ ଦକ୍ଷିଣ କୋରିଆ ଯାଇ କେପପ ଆଇଡଲ (korean pop idol )ହେବା ଲକ୍ଷ୍ୟ ରଖିଥିବା କହିଛନ୍ତି ତେନ୍ତୁଳିଖୁଣ୍ଟିର ଛାତ୍ରୀ ତମନ୍ନା (student tamanna) । ତମନ୍ନାଙ୍କ ଏଭଳି ଉତ୍ତରରେ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ(5T Secretary V Karthikeyan Pandian) ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ଫଳରେ 5-ଟିର ଏକ ଟିମ ତେନ୍ତୁଳିଖୁଣ୍ଟି ଯାଇ ଛାତ୍ରୀ ତମନ୍ନାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ତମନ୍ନାଙ୍କର ନୂଆ ଆଶା ସଞ୍ଚାର ହୋଇଛି ।

5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ତେନ୍ତୁଳିଖୁଣ୍ଟିର ଛାତ୍ରୀ
5ଟି ସଚିବଙ୍କ ମନ ଜିଣିଲେ ଉପାନ୍ତ ତେନ୍ତୁଳିଖୁଣ୍ଟିର ଛାତ୍ରୀ

ତେବେ ନବରଙ୍ଗପୁର ଜିଲ୍ଲା 3ୟ ଦଫାରେ 79 ଗୋଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତୀକରଣ ଯୋଜନାରେ ସାମିଲ କରାଯାଇଛି । ଗତ 8 ତାରିଖ ଦିନ ଭର୍ଚ୍ଚୁଆଲ ମୋଡରେ 79 ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଲୁମିନିଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ ପାଣ୍ଡିଆନ । ଏହି ଆଲୋଚନା ସମୟରେ ପାଣ୍ଡିଆନ ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ତମନ୍ନାଙ୍କୁ ଭବିଷ୍ୟତରେ କଣ ଲକ୍ଷ୍ୟ ରଖିଥିବା ପଚାରିଥିଲେ । ଏହାର ଉତ୍ତରରେ ତମନ୍ନା କେପପ ଆଇଡଲ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ । ଏହା କଣ ବୋଲି ପୁଣି ଥରେ ଛାତ୍ରୀଙ୍କୁ ପ୍ରଶ୍ନ କରିବାରୁ ସେ ଫେମସ ଡ୍ୟାନ୍ସର ହେବି ବୋଲି କହିଥିଲେ । ଦକ୍ଷିଣ କୋରିଆର ଏହା ହେଉଛି ଏକ ଫେମସ ଡାନ୍ସ । ଯାହାକୁ କୋରିଆର ପପ ଆଇଡଲ ବୋଲି କୁହାଯାଏ ।

5ଟି ସଚିବଙ୍କ ମନ ଜିଣିଲେ ତେନ୍ତୁଳିଖୁଣ୍ଟିର ଛାତ୍ରୀ, ଦକ୍ଷିଣ କୋରିଆର କେପପ୍‌ ଆଇଡଲ ହେବା ନେଇ ଜଣାଇଲେ ଇଚ୍ଛା

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରୀ ତମନ୍ନାଙ୍କ ଏଭଳି ଇଚ୍ଛାକୁ 5ଟି ସଚିବ ପାଣ୍ଡିଆନଙ୍କ ସମେତ ବୈଠକରେ ଉପସ୍ଥିତ ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ପ୍ରଶଂସା କରିବାକୁ ପଛାଇନଥିଲେ । ଏଥିରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କୁମାର କରଙ୍କ ସମେତ ଅନେକ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସଭ୍ୟ ଉପସ୍ଥିତ ଥିଲେ । ସେହିପରି ଭର୍ଚ୍ଚୁଆଲ ବୈଠକରେ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସମେତ IAS ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜୀ ହାଇସ୍କୁଲରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରୀ ତମନ୍ନା ରାଣୀ ସିଂହଙ୍କ ଘର ପୂଜାରୀଗୁଡାରେ । ତାଙ୍କ ପିତା ସୁଶାନ୍ତ କୁମାର ସିଂହ ବନ ବିଭାଗରେ କାର୍ଯ୍ୟରତ ଥିବାବେଳେ ମାତା ଗୃହିଣୀ । ତେବେ ତମନ୍ନାଙ୍କ ଏଭଳି ଇଚ୍ଛା ଏବଂ 5ଟି ସଚିବ ପାଣ୍ଡିଆନଙ୍କୁ ଚକିତ କଲା ଭଳି ଉତ୍ତର, ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Dec 11, 2021, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.