ETV Bharat / state

ନବରଙ୍ଗପୁରରୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ - ନରବଙ୍ଗପୁରୁ 81 ନୂଆ କରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁରରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ଜିଲ୍ଲାରୁୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ
ନବରଙ୍ଗପୁରରୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ
author img

By

Published : Apr 18, 2021, 7:28 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 81 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରାଇଘର ବ୍ଲକରୁ 22, ଚନ୍ଦାହାଣ୍ଡି ଓ ଉମରକୋଟ ବ୍ଲକରୁ 17 ଜଣ ଲେଖାଏଁ, ଝରିଗାଁ ବ୍ଲକରୁ 12, ଉମରକୋଟ ପୌରାଞ୍ଚଳରୁ 6, ନବରଙ୍ଗପୁର ପୌରାଞ୍ଚଳରୁ 3, ପାପଡାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 2 ଜଣ ଲେଖାଏଁ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ
ନବରଙ୍ଗପୁରରୁ 81 ନୂଆ କୋରୋନା ପଜିଟିଭ ଚିହ୍ନଟ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6,829କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 5,941 ଜଣ ସୁସ୍ଥ ହୋଇଥିବାବେଳେ 839 ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2,26,968 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.