ETV Bharat / state

ନବରଙ୍ଗପୁରରୁ 60 କୋରୋନା ସଂକ୍ରମିତ ଚିହ୍ନଟ

author img

By

Published : Oct 18, 2020, 10:28 PM IST

ନବରଙ୍ଗପୁର ଜିଲ୍ଲାରେ 60 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର 783କୁ ବୃ୍ଦ୍ଧି ପାଇଛି । ଅଧିକ ପଢ଼ନ୍ତୁ...

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି (ରବିବାର) ଜିଲ୍ଲାରେ 60 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର 783କୁ ବୃ୍ଦ୍ଧି ପାଇଛି ।

ଚିହ୍ନଟ ହୋଇଥିବା 60 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଝରିଗାଁ ବ୍ଲକରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରୁ 8 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ତେନ୍ତୁଳିଖୁଣ୍ଟି ବ୍ଲକରୁ 7 ଜଣ, ନବରଙ୍ଗପୁର, ନନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାପଡାହାଣ୍ଡି ବ୍ଲକରୁ 5 ଜଣ, ଉମରକୋଟ ବ୍ଲକରୁ 3 ଜଣ ଓ କୋଷାଗୁମୁଡା ବ୍ଲକରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହସହ କୋରାପୁଟ ଜିଲ୍ଲାରୁ ଆସିଥିବା ଜଣେ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇଛନ୍ତି।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 79,273 ଜଣଙ୍କର କୋରୋନା ଭାଇରସ ନମୁନା ପରୀକ୍ଷଣ କରଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4 ହଜାର 245 ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏବେବି ନବରଙ୍ଗପୁର ଜିଲ୍ଲାରେ 502 ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ 385 ଜଣ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.