ETV Bharat / state

ଦିନକରେ ନବରଙ୍ଗପୁରରୁ 419 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 8, 2021, 10:59 PM IST

ନବରଙ୍ଗପୁରରୁ ଗତ 24 ଘଣ୍ଟା ମଧ୍ୟରେ 419 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ଦିନକରେ ନବରଙ୍ଗପୁରରୁ 419 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 419 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ 419 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

ତେବେ ଶୁକ୍ରବାର ସଂକ୍ରମଣ ସଂଖ୍ୟା 2 ଶହ ଉପରେ ଥିବାବେଳେ ଗତ ୨୪ ଘଣ୍ଟାରେ ଏହା ଲମ୍ବା ଡିଆଁ ମାରି ଦୁଇଗୁଣରେ ପହଞ୍ଚିଛି । ଜିଲ୍ଲାରେ ଲକ୍‌ଡାଉନ୍‌, ସଟ୍‌ଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିଥିବା ସତ୍ତ୍ୱେ କୋରୋନା ସ୍ଥିତି ଅସମ୍ଭାଳ ହୋଇ ପଡ଼ିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଚନ୍ଦାହାଣ୍ଡି ବ୍ଲକରୁ 77 ଜଣ, ଉମରକୋଟ ବ୍ଲକରୁ 73 ଜଣ, ରାଇଘର ବ୍ଲକରୁ 60 ଜଣ, ଝରିଗାଁ ବ୍ଲକରୁ 56 ଜଣ, ଉମରକୋଟ ପୌରାଞ୍ଚଳରୁ 39 ଜଣ, ପାପଡାହାଣ୍ଡି ବ୍ଲକରୁ 30 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 27 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ କୋଷଗୁମୁଡା ବ୍ଲକରୁ 17 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 16 ଜଣ, ନବରଙ୍ଗପୁର ବ୍ଲକରୁ 10 ଜଣ, ଡାବୁଗାଁ ବ୍ଲକରୁ 8 ଜଣ, ନନ୍ଦାହାଣ୍ଡି ବ୍ଲକରୁ 6 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ 2 ଲକ୍ଷ 48 ହଜାର 803 ଜଣଙ୍କ ନମୁନା ପରୀକ୍ଷା କରାଯାଇ ଥିବାବେଳେ ସମୁଦାୟ 12 ହଜାର 858 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥି ମଧ୍ୟରୁ 9 ହଜାର 309 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ହଜାର 462 ଜଣ ସକ୍ରିୟ ଆକ୍ରାନ୍ତ ମାମଲା ଥିବାବେଳେ 3 ହଜାର 327 ଜଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.