ନବରଙ୍ଗପୁର: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଭିମୁଖେ ଯାଉଥିବା ଏକ ହାଇଓ୍ବା ଗାଡିକୁ ବୋରିଗୁମ୍ମା ଥାନା ଅଞ୍ଚଳରୁ ଜବତ କରିଛି ପୋଲିସ । କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୂର୍ବରୁ ପୋଲିସ ସେହି ସ୍ଥାନରେ ଜଗି ରହିଥିଲା ।
ପାପଡାହାଣ୍ଡି ପୋଲିସ ପ୍ରଥମେ ଗାଡିଟିକୁ ଡିଅର ପାର୍କ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡିଟି ଅଟକି ନଥିଲା । ଏହାପରେ ଗାଡିର ପିଛା କରି ଶେଷରେ ଥାନା ସମ୍ମୁଖରେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ।
![ଚୋରା ଚାଲାଣ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଅଟକ](https://etvbharatimages.akamaized.net/etvbharat/prod-images/7763989_578_7763989_1593078512220.png)
ଯାଞ୍ଚ ସମୟରେ ଗାଡିରୁ ୩ କ୍ୱିଣ୍ଟାଲ ୪୮ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଗାଡି ଚାଳକଙ୍କ ସମେତ ଅନ୍ୟ ଗାଡିରେ ଥିବା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ