ETV Bharat / state

ବଜ୍ରପାତ ନେଲା 2 ନାବାଳିକାଙ୍କ ଜୀବନ

ବଜ୍ରାଘାତରେ 2 ନାବାଳିକାଙ୍କ ମୃତ୍ୟୁ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

author img

By

Published : May 6, 2021, 1:28 PM IST

2 death due to lighting in nabrangpur
ବଜ୍ରାଘାତ ନେଲା 2 ଜୀବନ

ନବରଙ୍ଗପୁର: ବଜ୍ରାଘାତରେ 2 ନାବାଳିକାଙ୍କ ମୃତ୍ୟୁ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ହୀରାଦେଇ ଭତ୍ରା ଓ ଉର୍ମିଳା ଭତ୍ରା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଟେମରା ଗାଁର କିଛି ନାବାଳିକା ଟେମରା ନଦୀ ନିକଟକୁ ଶାଗ ତୋଳିବା ପାଇଁ ଯାଇଥିଲେ । ହଠାତ ସେହି ସମୟରେ ବର୍ଷା ହେବାରୁ ପାଖରେ ଥିବା ଏକ ଛପର ଘରେ ଆଶ୍ରୟ ନେଇଥିଲେ । ହେଲେ ସେହି ସମୟରେ ଘଡଘଡି ସହ ବିଜୁଳି ମାରିଥିଲା ।

ଫଳରେ ଘଟଣାସ୍ଥଳରେ 3ଜଣ ଗୁରୁତର ହୋଇଥିଲା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲା। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରକୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର 2 ଜଣଙ୍କୁ ମୃତ ଘୋଷଣା କରିଥିଲେ । ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.