ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇକୁ ଗୁଳି ମାରିଲା ସାନଭାଇ । ଗୁଳିମାଡରେ ବଡଭାଇ ଗୁରୁତର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଝରଣାସାହି ଗାଁରେ ।
ସୂଚନା ଅନୁସାରେ ଗାଁର ବୁଦ୍ଧିରାଏ ସିଂ ନିଜ ସ୍ତ୍ରୀ ସହିତ ଚୁଲି ନିକଟରେ ବସିଥିବା ବେଳେ ସନ୍ଧ୍ୟା ସମୟରେ ସାନଭାଇ ଗୁରୁଭା ହଠାତ୍ ସେଠାରେ ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ହାତରେ ଧରିଥିବା ଏକ ବନ୍ଧୁକରେ ବଡଭାଇ ବୁଦ୍ଧିରଏ ଉପରକୁ ଗୁଳି ଚଳାଇଥିଲା । ଫଳରେ ବୁଦ୍ଧିରାଏର ପେଟରେ ଗୋଟିଏ ଏବଂ ଗୋଡରେ ଦୁଇଟି ଗୁଳି ବାଜିଛି ।
ଗୁଳିକାଣ୍ଡରେ ବୁଦ୍ଧିରାଏ ଗୁରୁତର ହୋଇ ପଡିଥିବା ବେଳେ ଗୁରୁଭା ଏଭଳି ଅପରାଧ ଘଟାଇ ଘଟଣାସ୍ଥଳରୁ ଫେରeର ହୋଇଯାଇଛି । ଅନ୍ୟପଟେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୁଦ୍ଧିରାଏକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ