ETV Bharat / state

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ - ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା ସହର ଶୁନଗଡ଼ିଆ ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

author img

By

Published : Aug 12, 2021, 10:57 PM IST

ବାରିପଦା: ସହର ଶୁନଗଡ଼ିଆ ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣା ଘଟିଛି ବାରିପଦା ସହର ଶୁନ ଗଡ଼ିଆ ନିକଟରେ । ତେବେ ମୃତ ଯୁବକଙ୍କ ନାଁରବୀନ୍ଦ୍ର ସିଂ ବୋଲି ଜଣାପଡିଛି । ଯୁବକ ଜଣଙ୍କ ବାଙ୍ଗରିପୋଷି-ଭୁବନେଶ୍ବର ଟ୍ରେନରେ କଟିଥିବା ସନ୍ଦେହ କରାଯାଉଥିବାବେଳେ ଏହା ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ।

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ତେବେ ସୂଚନା ଅନୁଯାୟୀ ଶୁନ ଗଡ଼ିଆ ଅଞ୍ଚଳର ରବୀନ୍ଦ୍ର ସିଂ ସହରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । କାମ ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରେ ତାଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର ହୋଇଥିଲା। ତେବେ ବାଙ୍ଗରିପୋଷି- ଭୁବନେଶ୍ବର ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ନା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.