ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଗାଁ ତରଡ଼ିଆ ଡ୍ୟାମ ନିକଟରେ କାଳବୈଶାଖୀ ଜନିତ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ୨୭ ବର୍ଷିୟ ଅନୀଲ କୁମାର ନାଏକ ।
ଖବର ପାଇ ମହୁଲଡିହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ଘଷିପୁରା ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ଭୋଗପୁର ଗ୍ରାମର ରଘୁନାଥ ନାଏକଙ୍କ ପୁଅ ଅନୀଲ ଆନନ୍ଦପୁର ମେଘା ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ । ତେବେ କୌଣସି କାମରେ ନିଜର ବାଇକରେ ଯାଉଥିବା ସମୟରେ ଘଡଘଡି ସହ ବର୍ଷା ହେବାରୁ ତରଡ଼ିଆ ଡ୍ୟାମ ନିକଟ ରାସ୍ତା କଡ଼ରେ ଥିବା ଗଛ ମୂଳରେ ବାଇକ ନେଇ ଆଶ୍ରୟ ନେଉଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ