ETV Bharat / state

ହାଟରେ ପଶି ଯୁବକକୁ କଚାଡି ମାରିଲା ଦନ୍ତା - ମୟୁରଭଞ୍ଜ ଖବର

ବେତନଟୀ ରେଞ୍ଜ ଅନ୍ତର୍ଗତ ଆମ୍ବଗଡିଆ ସାପ୍ତାହିକ ହାଟରେ ଆତଙ୍କ ଖେଳାଇଲା ହାତୀ(Elephant enters in weekly market) । ପରେ ହାତୀଟି ଦୀର୍ଘ ସମୟ ଧରି ହାଟରେ ଆତଙ୍କ ଖେଳାଇବା ସମୟରେ ଯୁବକଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ହାଟରେ ପଶି ଯୁବକକୁ କଚାଡି ମାରିଲା ଦନ୍ତା
ହାଟରେ ପଶି ଯୁବକକୁ କଚାଡି ମାରିଲା ଦନ୍ତା
author img

By

Published : Sep 10, 2022, 7:48 AM IST

ବାରିପଦା: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ବେତନଟୀ ରେଞ୍ଜ ଆମ୍ବଗଡିଆ ସାପ୍ତାହିକ ହାଟରେ ପଶି ବଣୁଆ ହାତୀ ଉତ୍ପାତ କରିବା ସହ ଜଣଙ୍କୁ କଚାଡି ଗୁରୁତର ଭାବରେ ଆକ୍ରମଣ କରିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ଆମ୍ବଗଡିଆ ସାପ୍ତାହିକ ହାଟରେ ବଣୁଆହାତୀ ପଶି ଯାଇଥିଲା । ପରେ ହାତୀଟି ଦୀର୍ଘ ସମୟ ଧରି ହାଟରେ ଆତଙ୍କ ଖେଳାଇବା ସୟରେ ଯୁବକଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ହାଟରେ ପଶି ଯୁବକକୁ କଚାଡି ମାରିଲା ଦନ୍ତା

ସୂଚନା ମୁତାବକ ବେତନଟି ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ସାପ୍ତାହିକ ହାଟକୁ ହଠାତ୍‌ ଏକ ବିଶାଳ ଦନ୍ତାହାତୀ ପଶି ଆସିଥିଲା (Elephant enters in weekly market) l ହାତୀକୁ ଦେଖି ପରିବା ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ଛତ୍ରଭଙ୍ଗ ଦେଇ ଜୀବନ ବଞ୍ଚାଇ ଦୌଡ଼ି ପଳାଇ ଯାଇଥିଲେ l ତେବେ ବାଇକଯୋଗେ ହାଟକୁ ଯାଉଥିବା ବେଳେ ଆମ୍ବଗଡିଆ ଗ୍ରାମର ଯୁବକ ବିଶ୍ୱନାଥ ସିଂ ହାତୀ ହାବୁଡ଼ରେ ପଡିଯାଇଥିଲେ l ତରବରିଆରେ ଦୌଡ଼ିବାକୁ ଉଦ୍ୟମ କରିବା ସମୟରେ ବିଶ୍ୱନାଥ ମୋଟର ସାଇକେଲ ତଳେ ଚାପି ହୋଇ ରହିଯାଇଥିଲେ l ଏହି ସମୟରେ ହାତୀ ଆକ୍ରମଣରେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟଲୋକେ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା କାର୍ଯ୍ୟରତ ଡାକ୍ତର ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି l

ସେହିପରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଥିଲା । ମୃତକ ଦୁଇଜଣ ହେଲେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଡାଙ୍ଗରବିଲା ଗ୍ରାମର ସୀମିତ ହାଁସଦା ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ସଙ୍ଗାଡ଼ି ଗ୍ରାମର ଧନଞ୍ଜୟ ହାଁସଦା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବନ ବିଭାଗ ଉପରେ ଅସନ୍ତୋଷ ସ୍ଥାନୀୟ ଲୋକେ । ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଡାଙ୍ଗରବିଲା ଗାଁ ଭିତରକୁ ପ୍ରାୟ ୫ରୁ ଊର୍ଦ୍ଧ୍ବ ହାତୀ ପଶି ଯାଇଥିଲେ । ସେହି ଗ୍ରାମର ସୀମିତ ହାଁସଦା ଘରେ ଶୋଇଥିବା ବେଳେ ହାତୀପଲ ତାଙ୍କୁ ଘର ଭିତରୁ ଟାଣି ଆଣି ବାହାରେ କଚାଡି ମାରି ଦେଇଥିଲେ । ସେହିଭଳି ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ସଙ୍ଗାଡ଼ି ଗ୍ରାମର ଧନଞ୍ଜୟ ହାଁସଦା ମଙ୍ଗଳବାର ଠାରୁ ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ନିଖୋଜ ଥିଲେ । ପରେ ଜଙ୍ଗଲ ଭିତରୁ ଧନଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ହାତୀ ଧନଞ୍ଜୟଙ୍କୁ କଚାଡି ମାରିଥିବା ଜଣାପଡ଼ିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.