ETV Bharat / state

ବୁଣାକାରଙ୍କୁ ବେଉସା ଚିନ୍ତା, ବିକ୍ରି ନ ହୋଇପାରୁନି ହସ୍ତତନ୍ତ ଲୁଗା - ବୁଣାକାରଙ୍କ ଦୁଃଖ

ମହାମାରୀ କୋରୋନା ଦାଉରୁ ଧୀରେ ଧୀରେ ମିଳୁଛି ଆଶ୍ଵସ୍ତି । ହେଲେ ବିକ୍ରି ହୋଇପାରୁନି ବୁଣାକାରଙ୍କ ହାତ ତିଆରି ଲୁଗା । ଦୀର୍ଘ ୯ ମାସର କୋରୋନା ମାଡରେ ବୁଣାକାର ନିଜ ପେଟପାଟଣା ପାଇଁ ତନ୍ତ ଛାଡି ମୂଲ ମଜୁରୀ ଖୋଜିଲେଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁରେ । ଅଧିକ ପଢନ୍ତୁ...

ବୁଣାକାରଙ୍କ ଉପରେ କୋରୋନା ମାଡ଼, ବିକ୍ରି ନ ହୋଇ ପଡିରହିଛି ହସ୍ତତନ୍ତ ଲୁଗା

author img

By

Published : Jan 13, 2021, 3:51 PM IST

ବାରିପଦା: ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲି ବି ଯାଇଛି। ତନ୍ତ କେବେ ବନ୍ଦ ହୋଇନଥିଲା। ହେଲେ କୋରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ଛଡାଇ ନେଲା ସେମାନଙ୍କ ଜୀବନ ଜୀବିକା । ଓଡ଼ିଶାରେ କେବଳ ସମ୍ବଲପୁରୀ ନୁହେଁ, ହସ୍ତତନ୍ତ ଶାଢ଼ୀ, ଗାମୁଛା, ବେଡ଼ସିଟର ଚାହିଦା ଓଡିଶା ସହ ଦେଶ ବିଦେଶରେ ବି ବେଶ ବଢ଼ିବାରେ ଲାଗିଥିଲା । କିନ୍ତୁ ଦୀର୍ଘ ୯ ମାସର କୋରୋନା ମାଡରେ ବୁଣାକାର ନିଜ ପେଟପାଟଣା ପାଇଁ ତନ୍ତ ଛାଡି ମୂଲ ମଜୁରୀ ଖୋଜିଲେଣି। ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁର।

ବୁଣାକାରଙ୍କୁ ବେଉସା ଚିନ୍ତା, ବିକ୍ରି ନ ହୋଇ ପଡିରହିଛି ହସ୍ତତନ୍ତ ଲୁଗା

ମହାମାରୀ କୋରୋନା ଦାଉରୁ ଧୀରେ ଧୀରେ ମିଳୁଛି ଆଶ୍ଵସ୍ତି । ହେଲେ ବିକ୍ରି ହୋଇପାରୁନି ବୁଣାକାରଙ୍କ ହାତ ତିଆରି ଲୁଗା । ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁରେ ଦୁଇଟି ସମିତିର ଅଛନ୍ତି 180 ଜଣ ବୁଣାକାର । ସମଗ୍ର ଦେଶରେ ଏମାନଙ୍କ ହାତ ତିଆରି ଲୁଗାର ଚାହିଦା ଥିବା ବେଳେ ଲକଡାଉନ ପରେ ଏବେ ହାତବାନ୍ଧି ବସିଛନ୍ତି ଏହି ବୁଣାକାର । ଜିନିଷ ବିକ୍ରି ପାଇଁ ନା ଅଛି ମାର୍କେଟ, ନା ଅଛନ୍ତି ଗ୍ରାହକ । ଫଳରେ ପଡ଼ି ରହିଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା । ହଷ୍ଟେଲ ସବୁ ବନ୍ଦ ଥୁବାରୁ ରାଜ୍ୟ ସରକାର ଏହି ସମବାୟ ସମିତିରୁ ବେଡ଼ସିଟ ମଧ୍ୟ କିଣୁ ନାହାନ୍ତି।

ମୟୂରଭଞ୍ଜ ଡୁମୁରିଆ ଓ ଚନ୍ଦନପୁର ଗାଁର ଦୁଇ ଶହ ପରିବାର ଲୁଗାବୁଣାରେ ନିୟୋଜିତ ଥିବା ବେଳେ ଦୈନିକ ଜଣେ ଜଣେ ବୁଣାକାର 200 ରୁ 250 ଟଙ୍କା ରୋଜଗାର କରନ୍ତି । ହେଲେ ବର୍ତ୍ତମାନ ସ୍ଥିତିରେ ବୁଣାକାର ପରିବାର ନିଜ କୌଳିକ ବୃତ୍ତି ଛାଡିବାକୁ ବସିଲେଣି। ହାତବୁଣା ଶିଳ୍ପକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ତୁରନ୍ତ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ହସ୍ତତନ୍ତ ସମବାୟ ସମିତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.