ବାରିପଦା: ଭିଜିଲାନ୍ସ ଜାଲରେ ଡାକ୍ତରବାବୁ । ଲାଞ୍ଚ ନେବା ତାଙ୍କ ପାଇଁ ମହଙ୍ଗା ପଡିଛି । ଶେଷରେ ହାତଗୁଞ୍ଜା ନେଇ ବନ୍ଧା ହେଲେ ଡାକ୍ତର ଡାକ୍ତର ଦେବୀଦତ୍ତ ପାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସାତଭାୟାର ରଘୁନାଥ ମାରାଣ୍ଡିଙ୍କ ଗତ ମାସ ୨୪ ତାରିଖରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା ।
ମୃତଦେହ ବ୍ୟବଚ୍ଛେଦ କରିବାକୁ ଡାକ୍ତର ଦେବୀଦତ୍ତ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ସାପ କାମୁଡିଥିବା ନେଇ ଦର୍ଶାଇବା ପାଇଁ ଡାକ୍ତର ଏହି ଲାଞ୍ଚ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ବିଷ ଖାଇ ମୃତ୍ୟୁବରଣ କରିଛି ବୋଲି ଲେଖିଦେବେ ବୋଲି ଡାକ୍ତର ଧମକ ଦେଇଥିଲେ । ତେବେ ଅଭାବୀ ପରିବାର ଡାକ୍ତରଖାନାରୁ ଫେରି ଧାର ଉଦ୍ଧାର କରି ୨୦ ହଜାର ଟଙ୍କା ଯୋଗାଡ଼ କରିବା ସହ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଡାକ୍ତର ଦେବୀଦତ୍ତ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ