ବାରିପଦା: ଆମ୍ବ ଗୋଟାଇବାକୁ ଯାଇ ବଜ୍ରାଘାତରେ ଜଣେ ନାବାଳକ ଓ ଜଣେ ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଵୁଢିଖମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସିଣାଵିଲ୍ଲା ଗ୍ରାମରେ ।
ସୂଚନା ଅନୁଯାୟୀ ମସିଣାଵିଲ୍ଲା ଗାଁର ଜଣେ ନାବାଳିକା ଓ ଜଣେ ନାବାଳକ ସାଙ୍ଗ ହୋଇ ଘର ନିକଟରେ ଆମ୍ବ ଗୋଟାଉ ଥିଲେ । ସନ୍ଧ୍ୟା ସମୟରେ ବର୍ଷା ପବନ ସହ ପ୍ରବଳ ଘଡଘଡି ମାରିବା ଫଳରେ ଆମ୍ବ ଗଛ ମୂଳରେ ଥିବା ଦୁଇ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା ।
ତେବେ ପରିବାର ଲୋକେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ହଲ ହେଲେ ମସିଣାବିଲ୍ଲାର ନାବାଳିକା ଵାସିକି ଟୁଡୁ (୧୫) ଓ ନାବାଳକ ସଲାଇ ଟୁଡୁ(୧୧) । ସୂଚନାପାଇ, ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଛି । ତେହେ ଏହି ଦୁଇ ପିଲାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ