ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ମାରାଙ୍ଗ ଦଶନ ପର୍ବ ପାଳିତ ହୋଇଛି । ଗାଁର ସୁଖ ସମୃଦ୍ଧି, ଭଲ ଚାଷ ବାସ, ଗାଁକୁ ଦୃଷ୍ଠାତ୍ମା ଓ ଆଲୌକିକ ଶକ୍ତିଠାରୁ ରକ୍ଷା କରିବା ପାଇଁ ଏହି ପର୍ବ ପାଳନ ହୋଇଥାଏ ।
ଆଦିବାସୀଙ୍କ ଅତୁଟ ବିଶ୍ବାସର ପର୍ବ ହେଉଛି ମାରାଙ୍ଗ ଦଶନ ପର୍ବ । ତେବେ ଭିନ୍ନଭିନ୍ନ ଋତୁକୁ ନେଇ ଅନେକ ପର୍ବ ପାଳନ ହେଉଥିଲେ ମଧ୍ୟ ମାରାଙ୍ଗ ଦଶନ ପର୍ବ ହେଉଛି ଅନ୍ୟତମ । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ପାଳିତ ହୋଇଯାଇଛି ମାରାଙ୍ଗ ଦର୍ଶନ ପର୍ବ । ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ପାଳିତ ହୋଇଥାଏ ଏହି ପର୍ବ । ତେଣୁ ଏହି ପର୍ବ ଏକ ବଡ଼ ପର୍ବ ଭାବେ ଗାଁ ଲୋକେ ପାଳନ କରିଥାନ୍ତି।
ଆଖପାଖ ଗାଁର ଲୋକ ଓ ବନ୍ଧୁ ବାନ୍ଧବ ଛୁଟି ଆସି ମାରାଙ୍ଗ ବୁରୁ ଇଷ୍ଟ ଦେବତାଙ୍କୁ ଦର୍ଶନ କରିଥାନ୍ତି । ଦୁଇ ଦିନ ଧରି ଏହି ପର୍ବ ପାଳନ ହୋଇଥିବା ବେଳେ ମୁଖ୍ୟତଃ ଗାଁର ସୁଖ ସମୃଦ୍ଧି, ଭଲ ଚାଷ, ଗାଁକୁ ଦୃଷ୍ଟାତ୍ମା ଓ ଆଲୌକିକ ଶକ୍ତିଠାରୁ ରକ୍ଷା କରିବା ଓ ଗୃହପାଳିତ ପଶୁ ପକ୍ଷୀଙ୍କ ରକ୍ଷା ନିମନ୍ତେ ଏହି ପର୍ବ ପାଳନ କରାଯାଇଥାଏ । ସେପଟେ ଏହି ପର୍ବରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗ୍ରାମର ମହିଳା ଓ ପୁରୁଷ ମାନେ ହାତକୁ ହାତ ଧରି ପାଦକୁ ପାଦ ମିଶାଇ ନାଚ ଗୀତରେ ଝୁମି ଉଠିଥିବା ଦେଖିବାକୁ ମିଳିଥାଏ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ