ETV Bharat / state

ବେକାବୁ କୋରୋନା, ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୧୯

ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ପୁଣି ୩୦୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୧୯ରେ ପହଞ୍ଚିଛି । ଅଧିକ ପଢନ୍ତୁ....

the-number-of-corona-cases-increases-in-mayurbhanja-number-rises-to-16819
ବେକାବୁ କୋରୋନା, ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୮୧୯
author img

By

Published : Apr 29, 2021, 9:03 PM IST

ବାରିପଦା: ଓଡିଶାରେ କାୟା ମେଲାଇଛି କୋରୋନା । ସଂକ୍ରମଣ ହାର କ୍ରମାଗତ ବଢି ଚାଲିଛି । ମୟୂରଭଞ୍ଜ ଜିଲ୍ଲାରେ ପୁଣି ୩୦୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୧୯ରେ ପହଞ୍ଚିଛି ।

ଜିଲ୍ଲାରୁ ଗୁରୁବାର ୩୦୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗୋଟିଏ ଦିନରେ ତିନି ଶତକ ପାର କରିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୧୯ରେ ପହଞ୍ଚିଛି । ତେବେ ଜିଲ୍ଲାରୁ ମୋଟ ୧୫୧୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୩୫ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ବେକାବୁ କୋରୋନା, ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୮୧୯

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବାବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି ।

ଗୁରୁବାର ଚିହ୍ନଟ ୩୦୮ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କିଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.