ETV Bharat / state

ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କାଜୁ ବାଡରେ ଲାଗି ହରିଣ ଆହତ । ଚିକିତ୍ସାଧିନ ଅବସ୍ଥାରେ ହରିଣର ମୃତ୍ୟୁ । ଅଧିକ ପଢନ୍ତୁ...

ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
author img

By

Published : May 18, 2021, 9:30 PM IST

ରାଇରଙ୍ଗପୁର: କାଜୁ ବଗିଚାରୁ ଉଦ୍ଧାର ହୋଇଥିବା ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ଥିବା ଏକ କାଜୁ ବାଡ଼ରେ ଲାଗି ଆହତ ହୋଇଥିଲା ହରିଣ । ବନ ବିଭାଗ ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟରେ ହରିଣଟିର ଚିକିତ୍ସା ଜାରି ରହିଥିଲା ।

ଆହତ ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ତେବେ ଚିକିତ୍ସାଧୀନ ଅବସ୍ଥାରେ ହରିଣଟିର ମୃତ୍ୟୁ ଘଟିଛି । ମହୁଲଡିହା ଫରେଷ୍ଟ ବିଟ୍ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ଜନୈକ ବ୍ୟକ୍ତି ଲଗାଇଥିବା କାଜୁ ଗଛର ବଗିଚାକୁ ପ୍ଲାଷ୍ଟିକ ଦୌଡ଼ି ଜାଲ ସହାୟତାରେ ବାଡ଼ କରି ଘେରାଉ କରି ରଖିଥିଲେ। ସୂଚନାନୁଯାୟୀ ଜଙ୍ଗଲରୁ ଏକ ହରିଣ ଚାଲିଆସି ଏହି ଜାଲରେ ଛନ୍ଦି ହୋଇ ଯାଇଥିଲା । ସକାଳେ ହରିଣଟି ଜାଲରେ ପଡିଯାଇଥିବାର ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରି ଠାକୁରମୁଣ୍ଡା ପଶୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସା କରିବାର କିଛି ସମୟ ପରେ ହରିଣର ମୃତ୍ୟୁ ହୋଇଯାଇଥିଲା । ପରେ ହରିଣର ମୃତ ଦେହକୁ ବ୍ୟବଚ୍ଛେଦ କରି ବନବିଭାଗ ପୋତି ଦେଇଥିବା ନେଇ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.