ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ପଣ୍ଡୁଗଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ସାନଭାଇର ଠେଙ୍ଗା ମାଡରେ ବଡ଼ ଭାଇର ମୃତ୍ୟୁ । ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି ସମ୍ପର୍କିତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସାନଭାଇ ଘାସିରାମ ହାଁସଦାଙ୍କ ଗୋରୁକୁ ବଡ଼ଭାଇ ଶାଙ୍ଖାଇ ହାଁସଦା ବାଡେଇବାରୁ ସାନଭାଇ ରାଗିଯାଇ ଏକ ଠେଙ୍ଗା ସାହାଯ୍ୟରେ ବଡଭାଇଙ୍କ ମୁଣ୍ଡରେ ପିଟି ଦେବାରୁ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ । ଖବର ପାଇ ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ କରିଥିଲେ । ସେପଟେ ବାଦାମପାହାଡ ଥାନା ପୋଲିସ ଅଭିଯୁକ୍ତ ସାନଭାଇ ଘାସିରାମ ହାଁସଦାକୁ ଗିରଫ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ