ETV Bharat / state

ଦନ୍ତା ହାତୀ ଆକ୍ରମଣରେ ଭାଙ୍ଗିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୋଲେରୋ ଗାଡିକୁ ଭାଙ୍ଗିଲା ଦନ୍ତା ହାତୀ । ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : May 22, 2021, 5:19 PM IST

ଦନ୍ତା ହାତୀ ଆକ୍ରମଣରେ ଭାଙ୍ଗିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଦନ୍ତା ହାତୀ ଆକ୍ରମଣରେ ଭାଙ୍ଗିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଇରଙ୍ଗପୁର: ବୋଲେରୋ ଗାଡିକୁ ଭାଙ୍ଗିଲା ଦନ୍ତା ହାତୀ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍ ଅଞ୍ଚଳର ମାଙ୍କଡ଼ବେଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ ।

ଏକ ବୋଲେରୋ ଗାଡିକୁ ଗୋଟିଏ ଦାନ୍ତ ହାତୀ ଆକ୍ରମଣ କରି ଗାଡିକୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି । ଗ୍ରାମର ମନୋଜ ମହାନ୍ତଙ୍କ ବୋଲେରୋ ଗାଡିକୁ ରାତିରେ ଡ୍ରାଇଭର ରଖି ଦେଇ ଗାଡି ଭିତରେ ଶୋଇ ପଡିଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ଗାଡିକୁ ଦାନ୍ତ ଓ ଶୁଣ୍ଢ ରେ ଆକ୍ରମଣ କରିଥିଲା ।

ହାତୀ ଆକ୍ରମଣ ସମୟରେ ଜୀବନ ବଞ୍ଚାଇବା ଭୟରେ ଡ୍ରାଇଭର ଗାଡି ଭିତରେ ଶୋଇ ରହିଥିଲେ । ହାତୀ ସେଠାରୁ ଯିବା ପରେ ଡ୍ରାଇଭର ଗାଡି ଭିତରୁ ବାହାରକୁ ବାହାରି ଆସିଥିଲେ । ହାତୀ ଆକ୍ରମଣରେ ଗାଡିର କାଚ ଭାଙ୍ଗିବା ସହ ହାତୀ ଦାନ୍ତ ଦ୍ୱାରା ଗାଡିର ଅନେକ ସ୍ଥାନରେ ବିଭିନ୍ନ ଅଂଶ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଗାଡି ମାଲିକ ବନ ବିଭାଗକୁ ଜଣାଇବା ପରେ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.