ETV Bharat / state

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଦୀପଦାନ

author img

By

Published : Jul 21, 2022, 2:26 PM IST

ଆଉ କିଛି ସମୟ ପରେ ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଦୀପଦାନ । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଦୀପଦାନ
ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଦୀପଦାନ

ରାଇରଙ୍ଗପୁର: ଆଜି ଦେଶକୁ ମିଳିବେ ପଞ୍ଚଦଶ ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ରେ ମତଦାନ ହୋଇଥିଲା ଓ ଆଜି ଫଳାଫଳ ଆସିବ । ତେବେ ସମର୍ଥନ ଓ ସଂଖ୍ୟା ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକପ୍ରକାର ନିଶ୍ଚିତ ବୋଲି ଜଣାପଡିବା ପରେ ରାଇରଙ୍ଗପୁରବାସୀ ଆଶ୍ବସ୍ତ ଅଛନ୍ତି । ଦ୍ରୌପଦୀ ନିଶ୍ଚିତ ଭାବେ ରାଷ୍ଟ୍ରପତି ହେବେ ତେଣୁ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଇଶ୍ବରଙ୍କ ନିକଟରେ ଦୀପ ଜଳାଇ ପୂଜାର୍ଚ୍ଚନା କରାଯାଇଛି ।

ଦ୍ରୌପଦୀ ମୁର୍ମୁ ୨୦୦୯ ମସିହାରୁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସହିତ ଜଡିତ ଥିଲେ । ତେବେ ବଡ଼ପୁଅ ଆରପାରିକୁ ଚାଲିଯିବା ପରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ ଦ୍ରୌପଦୀ । ବଡ଼ ପୁଅର ଦେହାନ୍ତ ପରେ ଦ୍ରୌପଦୀ ଏକ ପ୍ରକାର ଭାଙ୍ଗି ପଡିଥିଲେ ଓ ପରେ ପରମାତ୍ମାଙ୍କ ଆଦେଶରେ ଏବଂ ବ୍ରହ୍ମା କୁମାରୀଙ୍କ ସହାୟତାରେ ସେ ନିୟମିତ ରାଜଯୋଗର ଅଭ୍ୟାସ କରି ନିଜକୁ ସମ୍ଭାଳି ନେଇଥିଲେ । ପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ସେ ରାଷ୍ଟ୍ରପତି ଆସନ ପାଇଁ ଯୋଗ୍ୟ ହୋଇ ପାରିଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଫଳାଫଳ ଅପରାହ୍ନ ୪ଟା ସୁଦ୍ଧା ଘୋଷଣା ହେବାକୁ ବାକି ରହିଛି । ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିବେ ବୋଲି ଆଶ୍ବସ୍ତ ଅଛନ୍ତି ବ୍ରହ୍ମା କୁମାରୀ । ସେଥିପାଇଁ ଦ୍ରୌପଦୀଙ୍କ ପାଇଁ ସମସ୍ତ ବ୍ରହ୍ମା କୁମାରୀ ବେଶ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.