ETV Bharat / state

ଜନ୍ମକଲା ସନ୍ତାନ ସାଜିଲା ସଇତାନ, ପୁଅର ଛୁରାମାଡରେ ବାପା ମୃତ

author img

By

Published : Oct 25, 2022, 2:16 PM IST

ଗଞ୍ଜାମ ଜିଲ୍ଲା ଆସିକା ପଢାଳ ଗ୍ରାମରେ ପୁଅର ଛୁରାମାଡରେ ବାପା ମୃତ । ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଅଧିକ ପଢନ୍ତୁ

ଜନ୍ମକଲା ସନ୍ତାନ ସାଜିଲା ସଇତାନ, ପୁଅର ଛୁରାମାଡରେ ବାପା ମୃତ
ଜନ୍ମକଲା ସନ୍ତାନ ସାଜିଲା ସଇତାନ, ପୁଅର ଛୁରାମାଡରେ ବାପା ମୃତ

ଭଞ୍ଜନଗର: ଜନ୍ମ କଲା ପୁଅସାଜିଲା ସଇତାନ । ପୁଅର ଛୁରାମାଡରେ ବାପା ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ପଢାଳ ଗ୍ରାମରେ । ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଏହି ହତ୍ୟା କାଣ୍ଡଟି ଗତ ରାତିରେ ଘଟିଥିବାବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି ।

ତେବେ ସୂଚନା ଅନୁଯାୟୀ, ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ତେବେ ଏନେଇ ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା', ଭଉଣୀଙ୍କୁ ଆକ୍ରମଣ କରିଥିଲେ । ପରେ ରାଗ ଜର୍ଜରିତ ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରୀରେ ହାତକୁ ଆକ୍ରମଣ କରି ତଳେ ପକାଇ ଦେଇ ଛାତିକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ଦେବରାଜଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବାବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଆଜି ସାଇଟିଫିକ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ହତ୍ୟାକାରୀ ପୁଅକୁ ଖୋଜୁଛି ପୋଲିସ ।

ଇଟିଭି ଭାରତ,ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.