ରାଇରଙ୍ଗପୁର : ବର୍ଷା ଯୋଗୁଁ ଆଜି(ଶୁକ୍ରବାର) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ରାଜ୍ୟରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଅଦିନିଆ ବର୍ଷା ଜାରି ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି ।
ଅଧିକ ପଢନ୍ତୁ : Accident In Kotagada: ଘାଟିକୁ ଓଲଟିଲା ମିନି ଟ୍ରକ ୩ ମୃତ
ତେବେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଯାଇଛି। ବର୍ଷାରେ ବିପଦପୂର୍ଣ୍ଣ ଭାବେ ପାହାଡିଆ ରାସ୍ତାରେ ଯାତାୟାତ ସମ୍ଭବପର ନୁହେଁ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ରହିଛି। ଏନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଉପ ନିର୍ଦ୍ଦେଶକ ସାଇ କିରନ ଡି.ଏନ୍ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ