ETV Bharat / state

ବାରିପଦାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ ଉଦଘାଟନ

author img

By

Published : Dec 22, 2022, 9:12 AM IST

ବାରିପଦା ଠାରେ ଉଦଘାଟିତ ହେଲା ରାଜ୍ୟର ଦ୍ବିତୀୟ ଫାୟାର ପାର୍କ । ଅଧିକ ପଢନ୍ତୁ

ବାରିପଦାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ
ବାରିପଦାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ
ବାରିପଦାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କର ଉଦଘାଟନ ହୋଇଛି । ଗତକାଲି ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ(Santosh Kumar Upadhyay) ଏହି ପାର୍କର ଉଦଘାଟନ କରିଛନ୍ତି । ସର୍ବପୁରାତନ ଅଗ୍ନିଶମ କାର୍ଯ୍ୟାଳୟ ବାରିପଦାର ବେଲଗଡ଼ିଆ ଠାରେ ଏହାକୁ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ୧୯ ଲକ୍ଷରୁ ଅଧିକ ଅର୍ଥରାଶି ବ୍ୟୟ ହୋଇଛି । ଜନସାଧାରଣଙ୍କୁ ସୁରକ୍ଷା ସମ୍ପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବା ଏହି ଫାୟାର ପାର୍କର ଉଦ୍ଦେଶ୍ୟ ।

ଫାୟାର ପାର୍କର ଉଦଘାଟନ ଅବସରରେ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ କହିଛନ୍ତି, ''ଜନ ସାଧାରଣ କୌଣସି ଆପଦକାଳୀନ ପରିସ୍ଥିତିରେ କିପରି ସୁରକ୍ଷିତ ରହିବେ ସେନେଇ ସଚେତନତା କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ଲାଇଭ ଶୋ ଅନୁଷ୍ଠିତ ହେବ । ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀ ଏହି ପାର୍କ ଜରିଆରେ ବହୁତ କିଛି ଶିକ୍ଷା ପାଇପାରିବେ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ।''

ଘରେ, ବାହାରେ ଏପରିକି ଆକସ୍ମିକ ଭାବେ ଅଗ୍ନି କିମ୍ବା କୌଣସି ଦୈବଦୁର୍ବିପାକ ହେଲେ କିଭଳି ନିଜକୁ ସୁରକ୍ଷିତ ରଖିପାରିବା ସେନେଇ ଛାତ୍ରଛାତ୍ରୀ, ଯୁବକ, ମହିଳା ଓ ଏସଏଚଜିମାନଙ୍କୁ ତାଲିମ ଦିଆଯିବ । ସର୍ବସାଧାରଣ ବିନା କୌଣସି ମୂଲ୍ୟରେ ଏହି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଅଗ୍ନି ନିରାପତ୍ତା ଓ ଆପତ୍ତିକାଳୀନ ସେବା ବିଷୟରେ ଜ୍ଞାନ ନେଇପାରିବେ ବୋଲି ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ପରିବାର ଲୋକେ କହିଲେ ହତ୍ୟାକାଣ୍ଡ, ତଦନ୍ତ ହେଲେ ସତ ପଦାକୁ ଆସିବ କହିଲେ ଦାମ

ଏହାସହିତ ବାରିପଦା ଠାରେ ଉଦଘାଟିତ ଏହି ଫାୟାର ପାର୍କରେ ପୁରାତନ ବିଭିନ୍ନ ଅଗ୍ନି ନିର୍ବାପକ ଯନ୍ତ୍ର ସହ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟବହୃତ ସରଞ୍ଜାମ ଏଠାରେ ପ୍ରଦର୍ଶିତ ପାଇଁ ଫାୟାର ସଂଗୃହାଳୟ ମଧ୍ୟ ହୋଇଥିବା ନେଇ ସୂଚନା ମିଳିଛି (Second Fire Park Of Odisha Inaugurated)। ପ୍ରକାଶଥାଉ କି, ଦେଶର ପ୍ରଥମ ଫାୟାର ପାର୍କ ଓଡିଶାର ରାଜଧାନୀ ଭୁବନେଶ୍ବର ଠାରେ ସ୍ଥାପନ ହୋଇଥିଲା (India's First Fire Park ) । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ । ଓଡିଶା ଅଗ୍ନିଶମ ଓ ପ୍ରଶମନ ପ୍ରତିଷ୍ଠାନ ପରିସରରେ ଏହି ପାର୍କ ରହିଛି । ଏବେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ ବାରିପଦା ଠାରେ ଉଦଘାଟନ ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.