ରାଇରଙ୍ଗପୁର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଛି । ଏନେଇ ଆଜି(ଶନିବାର) ଜାତୀୟ କଂଗ୍ରେସ କରଞ୍ଜିଆ ପକ୍ଷରୁ ଏକ ରାଲି କରାଯାଇଛି । ଏହି ରାଲିରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଛନ୍ତି ।
ରାଲିଟି ଦୋଳ ମେଳଣ ପଡିଆ ଠାରୁ ବାହାରି ନଗର ପରିକ୍ରମା କରି ପିଏଚଡି କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ କିଛି ସମୟ ପାଇଁ କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହାସହ ସହରରେ ଅଚଳ ଅବସ୍ଥାରେ ଥିବା ସମସ୍ତ ନଳକୂପଗୁଡିକୁ ଅତିଶୀଘ୍ର ମରାମତି କରାଯିବା ସହିତ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ପିଏଚଡ଼ି କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ